STORYMIRROR

SUJATA DAS

Romance

3  

SUJATA DAS

Romance

ଅନୁଭୂତି

ଅନୁଭୂତି

1 min
204


ମିଠା କବିତାର

  ସହର ଗୋଟିଏ

     ପାଇଥିଲି ଦିନେ ଖୋଜି 

ପ୍ରୀତି ପରାଗରେ

  ଥିଲା ଭରପୁର

    ହୃଦୟ ମୋ ଗଲା ହଜି.

ଶିଶିର ଯେଉଁଠି 

  ମୁକୁତା ପାଲଟେ

    ବିନ୍ଦୁ ବିନ୍ଦୁ ପଡେ ଝରି

ଫଗୁଣ ପରଶେ

   ପବନ ମହକେ

     ପ୍ରୀତି ବାସେ ଭୁରି ଭୁରି.

ଶବ୍ଦର ମାଧୁର୍ଯ୍ୟ 

  ଭାବର ପ୍ରାଚୁର୍ଯ୍ୟ

    ହୃଦେ ଜାଗେ ଶିହରଣ

ଅନୁରାଗେ ଭରା

   ମନ ବସନ୍ତରା

     ସନ୍ତୁଷ୍ଟିର ନିମନ୍ତ୍ରଣ.

ସେଇ ସହରରେ

   ମିଠା କବିତାରେ

     ଲେଖାଥିଲା ମୋର ନାଆଁ

ଅଜଣା କବି ସେ

   ଅଚିହ୍ନା ଲେଖନୀ

     କେଜାଣି କେଉଁଠି ଗାଆଁ.

କେମିତି ରଚିଲା

   ହୃଦୟ ଭାବନା

     ହୃଦୟ ସାଥିରେ ଯୋଡି

କାବ୍ୟ ଉପମାରେ

   ମାଟି କଣ୍ଢେଇକୁ

     ସୁବର୍ଣ୍ଣରେ ଦେଲା ଗଢି.

ନାହିଁ ଆଜି ସେଇ

   ସପନ ସହର

      ନାହିଁ ସ୍ବପ୍ନ ସୌଦାଗର

ନାହିଁ ସେ କବିତା

   ଭାବର ସଂହିତା

      ସବୁ ଆଜି ସାତପର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance