ପ୍ରତାରଣା
ପ୍ରତାରଣା
ଜହ୍ନ ହୃଦୟରେ
କାହା ପ୍ରତିଛବି
ଝାପସା ହାଲୁକା ଦିଶେ,
ବିରହ ବିଧୁରା
ଅଶ୍ରୁ ବିନ୍ଦୁ ସବୁ
କାକର ଟୋପାରେ ଖସେ l
ଉଦାସ ଚାହାଣୀ
ଗୋପନ କାହାଣୀ
କବିତାର ଛନ୍ଦ ପରି,
ସିକ୍ତ ଶିଶିରରେ
ଓଦା ମନ ତଳେ
କୋହ ସବୁ ଯାଏ ଭରି l
ଦୂର ସରୋବରେ
ଚାତକ ପରାଏ
ଆଙ୍କି ଥାଏ ଯିଏ ଛବି
ପ୍ରିୟତମ ପଥ
ବ୍ୟାକୁଳ ଅନ୍ତରେ
କଳ୍ପନା ରେ ଥାଏ ଭାବି l
ଲକ୍ଷେ ତାରା ମଧ୍ୟେ
ଖେଳେ ଲୁଚକାଳି
ବଉଦ ଉହାଡେ କାହିଁ
ପ୍ରତାରକ ସିଏ
ବୁଝେନାହିଁ ମନ
କୁମୁଦିନୀ ହୃଦେ ରହି l
ହୃଦୟ ତରଙ୍ଗେ
କାହା ପ୍ରୀତି ଝରେ
କା ଲାଗି ଝୁରଇ ସିଏ
ହସରେ ତାହାର
ଯନ୍ତ୍ରଣା ଫୁଟଇ
ଜୋଛନା ରେ ଝରିଯାଏ l
