କଳା ଗୋସାଇଁ
କଳା ଗୋସାଇଁ
🙏🌹କଳାଗୋସାଇଁ 🌹🙏
🙏🌹🌹🙏🌹🌹🙏
କାହା ପାଇଁ ଧନ
ଅଟକି ଯାଇଛ
ବଡଦାଣ୍ଡେ ନୀରବରେ
ଭକତ ଦାସିଆ
ପରି କେ ଭକତ
ଡାକିଲା କି ଥାଇ ଦୂରେ l
ରହିଲା କି ବାକି
ଆଉ କର୍ମ କିଛି
ରଥରୁଢ଼ ଆଗୁ ଧନ
ନିତୀ କାନ୍ତି ଭୋଗ
ନୈବେଦ୍ୟ ସେବାରେ
କରିଛ କି ଅଭିମାନ l
ଅପେକ୍ଷାରେ କେହି
ଦେଇଛି କି କଣ୍ଟ
ଜାଳି ଲୁହର ଦୀପାଳି
ଲକ୍ଷେ ହୃଦୟର
ମଉଡମଣୀ ହେ
ଶ୍ରୀମୁଖ ଯାଏ ଝାଉଁଳି l
ମନେ ପଡ଼ିଲେକି
ଭକ୍ତ ସାଲବେଗ
ବନ୍ଧୁ ମହାନ୍ତିଙ୍କ କଥା
ବାଲିରଥେ ତୁମେ
ବିଜେ କରିଥିଲ
ଭାବି ମନେ ହୁଏ ବ୍ୟଥା l
ପ୍ରଭୁ ହଳପାଣୀ
ସୁଭଦ୍ରା ଭଉଣୀ
ସୁଦର୍ଶନ ସାଥେ ଥାଇ
ଗୋପନେ କା ଲାଗି
ହେଉଛ ସନ୍ତାପି
ଖୋଲି କୁହ କଳାସାଇଁ l
ଭକତ ଡାକୁଛି
ମଣିମା ମଣିମା
ଗୁହାରି ଶୁଣିମା ହେଉ
ରାଗ ଅଭିମାନ
ଦୋଷ କ୍ଷମା କରି
ବଢ଼ି ଚାଲ ମହାବାହୁ l
ଦେଖିବାକୁ ଟିକେ
ନୟନ ପୁରାଇ
ଚାହିଁଛନ୍ତି କେତେ ଭକ୍ତ
ମଣିଷ ଜନମୁ
ମୋକ୍ଷ ମିଳିଯିବ
ଆତ୍ମା ହୋଇଯିବ ମୁକ୍ତ l
ସୁଜାତା ଦାସ
ବାଲେଶ୍ୱର
