Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

"ବର୍ଷା "

"ବର୍ଷା "

1 min
214



ଅତି ପ୍ରବଳ

ତୁହାଇ ତୁହାଇ ବର୍ଷା

ଘନ ଘନ ବାଆର

ଅତର୍କିତ ପ୍ରବେଶ

ଶାନ୍ତ ଶୀତଳ କୋଠରୀ

ଅସ୍ତ ବ୍ୟସ୍ତ ଜୀବନ

ବୁନ୍ଦା ବୁନ୍ଦା ଜଳ ଫିମ୍ପାର

ଟାହି ଟାପରା

ଅସହ୍ୟ ଯନ୍ତ୍ରଣା

ମନର ଗିରି ଗହ୍ଵର ।

କର୍ଦମାକ୍ତ ଚଲା ପଥ

ଝରିକୀଟ

ସ୍ୱଚ୍ଛନ୍ଦରେ ଉଡୁଛି ଗଗନେ

କେଇ ମୂହୁର୍ତ୍ତ

ଅବତରଣ ମର୍ତ୍ତ୍ୟଧାମେ

କ୍ଷଣ କାଳ

ହାରିବ କାହା ମୁଖେ

ତଥାପି ଆନନ୍ଦ ।

ନିଶିର ଗର୍ଜନ

ଅଦୃଶ୍ୟ ପଥର ସନ୍ଧାନେ

ଖଦ୍ୟୋତ

କେଉଁ କାଳରୁ

ଜାରି ରଖିଛି ସନ୍ଧାନ ।

ବାହ୍ୟ ଜଗତ ସୁଶିତଳ

କିନ୍ତୁ ବର୍ଷୁଛି ଅନଳ

ଜାଳୁଛି ପ୍ରତିଟି ମୂହୁର୍ତ୍ତ

ଅନ୍ତର ତଳ

ଝରାଉଛି ଶ୍ରାବଣ ର ଧାରା

ଏ ନେତ୍ର ର ଦୁଇ କୋଣ ।

   


Rate this content
Log in