STORYMIRROR

Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ମୋ ଜୀବନ ପଛେ

ମୋ ଜୀବନ ପଛେ

1 min
303

ଅଲେଖ ମହିମା  ଶ୍ରୀଗୁରୁ ଶରଣେ

    ବିତାଇ ଥିଲ ତ କାଳ

ତାଙ୍କରି କରୁଣା    ବରଷି ଯାଇଛି

    ମସି ପାଇଥିଲା ବଳ।


ଧନ୍ୟଧନ୍ୟ କବି  ସନ୍ଥ ଭୀମଭୋଇ

    ସୃତି ଚିନ୍ତାମଣି ରଚି

ଅନେକ ଭଜନ  କେତେଯେ ଜଣାଣ

   ଯାଇଛ ହେ କବି ସ୍ରଜି।


ମୁଁ ଛାର ମାତର  ତୁମ ଗ୍ରନ୍ଥମାନ

    ବୁଝିବାରେ ଦିଏ ଧ୍ୟାନ

ଯେତିକି ବୁଝିଛି  ତାଙ୍କରି କୃପାରୁ

    ରସାଣିତ ଏ ଜୀବନ।


ବିଶ୍ଵ ଦରବାର   ସ୍ମରନ୍ତି ନିତ୍ଯ ଯେ

   । ତୁମ ଲେଖାର ମହତ୍ତ୍ଵ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

    ମର୍ତ୍ତ୍ୟ ଉଦ୍ଧାର ହେଉତ।


ଶୂନ୍ୟ ମହାଶୂନ୍ୟ   ନିରାକାର ବ୍ରହ୍ମ

   ପ୍ରଭୁ ଅଲେଖ ଗୋସାଇଁ

ଆଜିବି ଶୁଭୁଛି   ଯୋରନ୍ଦା ମଠରେ

    ସାଧୁ ସନ୍ଥ ସ୍ଵର ତହିଁ।


ତୁମରି କରମ     ତୁମରି ଧରମ

     ଦେଖାଉଛି ନବ ଦିଶା

ଅଲେଖ ମହିମା   ଶରଣେ ଆସିଲେ

    ଜୁଟିବ ବଡ ଭରଷା।


ଧନୀ ମାନୀ ଗୁଣୀ  ମୂରୁଖ ପଣ୍ଡିତ

    କିଛି ବି ଫରକ ନାହିଁ

ତୁମରି ଆଦର୍ଶେ  ଗଢିଲେ ଜୀବନ

     କାଳତ ସହଜେ ପାହି।


ତୁମରି ଭକତି    ତୁମରି ଶକତି

    ପାଶେ ନଇଁ ଯାଏ ମଥା

ହେସନ୍ଥ ପ୍ରବୀର  କବି ଭୀମଭୋଇ

    ଆଶିଷ ଢାଳ ହେ ଯଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics