STORYMIRROR

Prasant Nath

Classics

4  

Prasant Nath

Classics

ପତି ପତ୍ନୀ

ପତି ପତ୍ନୀ

1 min
304

ସୃଷ୍ଟି ନିଅନ୍ତାଙ୍କ ସୃଷ୍ଟି ଭିଆଣରେ

   ପତି ପତ୍ନୀ ଅନ୍ୟ ତମ

ତାଙ୍କରି ନିର୍ଦ୍ଦେଶେ ବିଶ୍ଵ ବ୍ରହ୍ମାଣ୍ଡରେ

   ପ୍ରକୃତ ପୁରୁଷ ନାମ। 


ସଂସାରର ସାର ଏ ଦୁଇଙ୍କ ଚିତ୍ର

   ଅନାବିଳ ପ୍ରେମ ଧାର

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି

   ରହିଥାନ୍ତି ପରସ୍ପର। 


ଜଣେ ଜଣ ପାଇଁ ଅନୁରାଗୀ ହୋଇ

   ଜୀବନକୁ କରେ ବ୍ରତ

ଅନ୍ୟ ଜଣେ ତା'ର ସପନ ବିଶ୍ଵାସ

   ସପନକୁ କରେ ସତ। 


ପତ୍ନୀ ଵିନା ସ୍ଵାମୀ ନୁହଇଁ ସଫଳ

   ସଂସାର ମଧ୍ୟରେ ରହି

ଦୁହେଁ ସାଥୀ ହୋଇ ଚଳନ୍ତି ସଂସାରେ

   ସଵୁ ଝଡ଼ ଝଞ୍ଜା ସହି। 


ଦୁହେଁ ଦୁହିଁ ଵିନା ନୁହନ୍ତି ସମ୍ପୁର୍ଣ୍ଣ

   ଜୀଵନ ନୁହଇଁ ସ୍ଥାୟୀ

ଦୁହିଁଙ୍କର ମନ ମିଶୁଥିଲେ ଭଲ

   ପ୍ରେମ ହୁଏ କାଳଜୟୀ। 


ନୁହଁନ୍ତି ଆପଣା ନୁହଁନ୍ତି ଵି ପର

  ଦୁହେଁ ଦୁହିଁଙ୍କର ପାଇଁ

ଦୁହିଁଙ୍କର ଵିନା ସ୍ଵପ୍ନ ବି ଅଧୁରା

   ଜୀଵନ ମଧୁର କାହିଁ। 


ପବିତ୍ର ବନ୍ଧନେ ଵନ୍ଧା ହୋଇ ଦୁହେଁ

  ଚାଲନ୍ତି ଏକଇ ପଥେ

ହେଉବା ସରଳ ହେଉବା ଜଟିଳ

   ଆପଣାନ୍ତି ଦୁହେଁ ସାଥେ। 


ଜୀବନ ସୁନ୍ଦର ହୁଅଇ ମଧୁର

  ଥିଲେ ଭଲ ଵୁଝା ଵଣା

ମନ ସାଥେ ଯଦି ମନ ମିଶୁଥାଏ

  ପ୍ରେମରେ ହୁଏନା କଣା ।


ଜୀଵନର ସାଥୀ ଥିଲେ ତ ପାଖରେ

   ପତି ପତ୍ନୀ ସୁଖି ତେବେ

ଦାମ୍ପତ୍ୟ ଜୀବନ ଲାଗଇ ମଧୁର

  ଅମାବାସ୍ୟା ନାହିଁ କେବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics