STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ପ୍ରକୃତି ରାଣୀ

ପ୍ରକୃତି ରାଣୀ

1 min
133


ଆସ ଆସ ମୋ ଭଉଣୀ ଭାଇ

ପ୍ରକୃତି ରାଣୀକୁ ଦେଖିବା ଯାଇ

କି ଶୋଭା ମୋ ପ୍ରକୃତି ରାଣୀର

ଦେଖି ତନୁ ମନ ହୁଏ ବିଭୋର ।


ଆସିଲା ରେ ବର୍ଷା ର ସମୟ

ପ୍ରକୃତି କୁ ଆମେ କରିବା ଲୟ

ଗଛ ଟିଏ ଲଗାଅ ପ୍ରକୃତି ପାଇଁ

ପ୍ରକୃତି ର ମାନ ରଖିବା ଗଛ ଲଗାଇ ।


ଗଛ ,ଲତା ,ପାହାଡ଼ ,ଝରଣା ତାର

କବି ଭାବୁକର ମନ କୁ କରେ ଅଧିର

କିଏ ପ୍ରକୃତି ର ଗୁଣ ଗାଏ ନିଜ ଲେଖିନି ରେ

କିଏ ହଜି ଯାଏ ଦେଖି ପ୍ରକୃତିର ସୁନ୍ଦରତାରେ ।


ପ୍ରକୃତି ରାଣୀ ଆଜି ହସୁଛି

ବର୍ଷା ର ଧାରା ରେ ଭିଜି ଯାଉଛି

ସବୁଜ ବନାନୀ ରେ ଦିଶୁଛି ସୁନ୍ଦର

ପ୍ରକୃତି ରାଣୀ ପାଇଁ ଗଢ଼ା ଏ ସଂସାର ।


କିଏ ଶୁଣିଛ କି ପ୍ରକୃତିର କୋହକୁ,

କାନ୍ଦେ କଇଁ କାଇଁ ଦେଖି ଆମକୁ

ଗଛ ରହିଲେ ସେ ବଞ୍ଚି ରହିବ

ଗଛ ବିନା ତା ମହତ୍ତ୍ବ ଲୋପ ପାଇବ ।


Rate this content
Log in

Similar oriya poem from Classics