STORYMIRROR

Alok Behera

Classics

3  

Alok Behera

Classics

କାମନା

କାମନା

1 min
153

କାମନା କରୁଛି କେତେ ମହାବାହୁ

କାମନା କରୁଛି କେତେ

ସଂସାର ନଈରେ ନାଉରୀଟେ କରି

ଦୁଃଖ କାହିଁ ଦିଅ ଏତେ।


ଜୀବନଟା ଯେ ଦୁଃଖ କଷ୍ଟ ରେ ଭରା

ଜାଣି ମୁଁ ନଥିଲି ଏହା

ବାଟେ ଯାଉଯାଉ ପାଦ ଖସିଯାଏ

ଜାଣି ହୁଏ ନାହିଁ ପରା।


ହସଖୁସିର ସଂସାରରେ ଦୁଃଖ

ଝଡ଼ ପରି ମାଡ଼ି ଆସେ

ସଂସାର ନଈରେ ନାଉରୀ ଟେ କରି

ଦୁଃଖ କାହିଁ ଦିଅ ଏତେ।


ଜୀବନ ଜଞ୍ଜାଳ ଅଟେ ସାତସିନ୍ଧୁ

ପାରି କରିଦିଅ ତୁମେ ହୋଇ ବନ୍ଧୁ

ବନ୍ଧୁଟିଏ ହୋଇ ବିଶ୍ବାସ ଘାତକ

କରୁଛ କାହିଁକି ଏତେ

ସଂସାର ନଈରେ ନାଉରୀ ଟେ କରି

ଦୁଃଖ କାହିଁ ଦିଅ ଏତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics