STORYMIRROR

Alok Behera

Classics Children

4  

Alok Behera

Classics Children

ବର୍ଷା ରାଣୀ

ବର୍ଷା ରାଣୀ

2 mins
15

ଆଷାଢ଼ ପ୍ରାରମ୍ଭୁ ଋତୁ ଯେ ଆସଇ ନାମ ତା'ର ବର୍ଷା,

ମନେ ହୁଏ ସତେ ଅନ୍ୟ ସବୁ ଋତୁ କରନ୍ତି ଏହାକୁ ଈର୍ଷା।

ବର୍ଷା ଋତୁ ଯେ ନେଇ ଆସଇ ସର୍ବତ୍ର ଖୁସିର ଆସର,

ଜ୍ୟେଷ୍ଠ ଶେଷ ବେଳକୁ ପ୍ରାରମ୍ଭ ହୁଅଇ ଧିର ଧିର।

ନିଦାଘ ନିରାଟ ଝାଞ୍ଜି ରେ ଲଙ୍ଗଳେ ଧରଣୀ ବକ୍ଷ ଚିରି,

ଚାଷୀ ଭାଇମାନେ ନୂଆ ମେଘଟିକୁ ରହିଥାଆନ୍ତି ଚାହିଁ।

ଜ୍ୟେଷ୍ଠ ଶେଷକୁ ଗର୍ଜନ ତର୍ଜନେ ଦିଗନ୍ତ ସେ କମ୍ପାଇ,

ବାରିପାତରେ ପଲ୍ଲିଭୂମିକୁ ସିକ୍ତ କରିଯାଏ ସେହି।

ସିକ୍ତଭୂମି ର ସୁଗନ୍ଧେ ଆରମ୍ଭ ହୁଅଇ ଯେ ରଜ,

ଉତ୍ ବେଳ ମନରେ ସର୍ବେ ଦୋଳି ଖେଳି କରନ୍ତି ମଉଜ ।

ତତ୍ ପରେ ବର୍ଷାରାଣୀ ତା'ର ବାସ୍ତବତା କୁ ଆସେ,

ବାରିପାତରେ ପୂରଣ କରଇ ବିଲ, ନଦୀ, ନାଳ, ସମୁଦ୍ର କେତେ।

କ୍ଷେତରେ ଚାରିଆଡ଼େ ଆରମ୍ଭ ହୁଅଇ ରୁଆବେଉସା,

ଆନନ୍ଦ ମନରେ କର୍ମ କରନ୍ତି ସବୁ ଚାଷୀ ମଉସା।

ଆଷାଢ଼ ଦ୍ୱିତୀୟା ରେ ଆରମ୍ଭ ହୁଏ ଶ୍ରୀ ଗୁଣ୍ଡିଚା ରଥଯାତ୍ରା,

ପାଳନ ହୁଅଇ ହେରା ପଞ୍ଚମୀ, ବାହୁଡା଼, ସୁନାବେଶ ଆଉ ଅଧରପଣା।

ମହାପ୍ରଭୁଙ୍କର ଏ ଅପୂର୍ବ ଯାତରା ସାରା ବିଶ୍ବ ପ୍ରସିଦ୍ଧ,

ଏହା ଦେଖିବାକୁ ଛୋଟି ଆସନ୍ତି ବଡ଼ଦାଣ୍ଡେ ଲକ୍ଷ ଲକ୍ଷ ଭକ୍ତ।

ତତ୍ ପରେ ଶ୍ରାବଣେ ଆରମ୍ଭ ହୁଅଇ ବୋଲ୍ ବମ୍ ଯାତ୍ରା,

ଜଳାଭିଷେକ କରନ୍ତି ପ୍ରଭୁ ଶିବଙ୍କୁ ମାନସିକଧାରୀ କାଉଡ଼ିବାଲା।

ଆଷାଢେ ପାଳନ ହୁଅଇ ବ୍ୟାସ ତଥା ଗୁରୁ ପୂର୍ଣ୍ଣିମା,

ଶ୍ରାବଣେ ରକ୍ଷା ବନ୍ଧନ ତଥା ରାକ୍ଷୀ ପୂର୍ଣ୍ଣିମା।

ଭାଈ ଭଉଣୀ ଙ୍କ ଅନାବିଳ ସ୍ନେହ ର ପ୍ରତୀକ ସାଜଇ ରାକ୍ଷୀ,

ରାକ୍ଷୀ ସୂତା ଖିଅଟିଏ ହେଉନା କାହିଁକି ହୋଇଥାଏ ସ୍ନେହ ବନ୍ଧନରେ ବାନ୍ଧି।

ବର୍ଷାରାଣୀ ଯେ ନେଇ ଆସଇ ଅନେକ ଖୁସିର ଆସର,

କିନ୍ତୁ ବେଳେବେଳେ ତାଣ୍ଡବ ରଚି କରଇ ନାରଖାର।

ବର୍ଷାରାଣୀ ଅଟଇ ଯେ ଋତୁ ମାନଙ୍କର ରାଣୀ,

ସବୁଆଡେ ଖୁସିର ଲହରୀ ନେଇଆସେ ସର୍ବ ମନଜାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics