ଶରଣ ଶ୍ରୀକ୍ଷେତ୍ର ମାରଦା ଶ୍ରୀ ଜଗନ୍ନାଥ ମନ୍ଦିର
ଶରଣ ଶ୍ରୀକ୍ଷେତ୍ର ମାରଦା ଶ୍ରୀ ଜଗନ୍ନାଥ ମନ୍ଦିର
ସବୁଜିମା ଭରା ପରିବେଶ
ମଧ୍ୟେ ଅଟେ ମାରଦା ସ୍ଥାନ
ସତେ ଯେପରି ଦୃଶ୍ୟମାନ
ହୁଏ ଅନ୍ଧାର ରାତିର ଜହ୍ନ।
ଅନ୍ଧାର ଆକାଶେ ଜହ୍ନ
ଯେପରି ପ୍ରତିଫଳିତ ହୁଏ
ଗିରିବନ ରାଜି ବୃକ୍ଷ ମଧ୍ୟେ
ମାରଦା ମନ୍ଦିର ଝଟକୁ ଥାଏ।
ବୃକ୍ଷରାଜି ଜଙ୍ଗଲ ମଧ୍ୟେ ଅବସ୍ଥାନ ତାର
ପରିଚିତ ଅଟେ ମାରଦା
ନାମେ ଶ୍ରୀ ଜଗନ୍ନାଥ ମନ୍ଦିର।
ଇତିହାସ କହେ ମଥୁରା ଗ୍ରାମ
ଏ କଳା କୌଶଳ ର ପୁର
ଗ୍ରାମରେ ରହିଛି ମାରଦା ମନ୍ଦିର
ଅଟେ ଐଶ୍ୱର୍ଯ୍ୟ ର ଘର ।
ହାତିବାରି ପାହାଡ଼ ତଳେ କାଜୁ ଜଙ୍ଗଲ ମୂଳେ
ବିରାଜିତ ପ୍ରଭୁ ଜଗନ୍ନାଥ
ସ୍ଥାନଟି ଶରଣ ଶ୍ରୀକ୍ଷେତ୍ର
ମାରଦା ନାମରେ ଖ୍ୟାତ।
ସତର ଶହ ତେତିଶି ମସିହାରେ
ନିର୍ମାଣ ହୋଇଲା
ମାରଦା ନାମେ ରାଜ୍ୟେ ବୋଲାଇଲା।
ପଞ୍ଚଚାଳିଶି ଦିନରେ ନିର୍ମିତ ହୋଇଲା
ପୁରୀରୁ ଆସିଥିବା କାରିଗରଙ୍କ ଦ୍ଵାରା ।
ମଥୁରା ର ଏ ଅଟେ ଅମୂଲ୍ୟ ସମ୍ପଦ
ଏହା ଠାରୁ ନାହିଁ ଆଉ ବଳବନ୍ତ।
