STORYMIRROR

Alok Behera

Children

3  

Alok Behera

Children

ମୋ ଗୁରୁ

ମୋ ଗୁରୁ

1 min
196

ଗୁରୁ ବୋଲି ଯେଉଁ ଦୁଇଟି ଅକ୍ଷର 

ଅନ୍ଧାରରୁ ଆଲୋକ ଆଡ଼କୁ କରନ୍ତି ଅଗ୍ରସର।


ମାଆ ଅଟେ ଆମ ପ୍ରଥମ ଗୁରୁ 

ବାପା ହେଉଛନ୍ତି ଦ୍ଵିତୀୟ ଗୁରୁ।


ବାପା ମାଆଙ୍କ କଥା କହିବି କିସ 

ସବୁ ପାଇଛନ୍ତି ଆଉ ନାହିଁ କିଛି ଆଶ।


ଦୁନିଆ ଦେଖିବାର ସୁଯୋଗ ସେ ଦେଲେ 

ସଂସାର ଆଗରେ ପରିଚିତ କଲେ।


ପିଲାବେଳୁ ଅଳି ଅଝଟ କେତେ ଯେ ସହିଲେ 

ଅଭାବ ଅସୁବିଧାର ବାର୍ତ୍ତା କେବେ ନ ଦେଲେ।


ଦୁନିଆର ସବୁ ଖୁସି ପାଦେ ଅଜାଡ଼ିଲେ 

ଦୁଃଖ ବୋଲି ପଦବାଚ୍ୟ ଶୁଣ ନ ବୋଇଲେ।


ତାଙ୍କଠାରୁ ଆଶା ମୂର୍ଖାମୀର କାରଣ 

ସେହି ପଦ ଯୁଗଳେ ଶତ ନମନ।


ତୃତୀୟ ଗୁରୁ ଯେ ଆମ ଶିକ୍ଷକ 

ଗଢନ୍ତି ଆମ ଉଜ୍ଜଳ ଭବିଷ୍ୟତ।


ଭବିଷ୍ୟତ ଗଢ଼ାରେ ତାଙ୍କ ଅବଦାନ 

ହୋଇପାରିବେନି ତାଙ୍କ ସହ କେହି ସମାନ।


ଶିକ୍ଷକତା ରହି ଆସିଅଛି ଆଦିମ କାଳରୁ 

ଇତିହାସ କିମ୍ବଦନ୍ତୀ ତଥା ପୁରାଣ ବେଳରୁ।


ଗୁରୁ ଶିଷ୍ୟ ସମ୍ପର୍କ ଏ ମର୍ତ୍ତ୍ୟରେ ସାର 

ସେ ସମ୍ପର୍କ ରହିଲେ ଲଭିବ ଈଶ୍ୱର।


ଲୁକାୟିତ ପ୍ରତିଭାକୁ କରନ୍ତି ଉନ୍ମୋଚନ 

ପଥ ପ୍ରଦର୍ଶକ ହୋଇ କରନ୍ତି ଗଠନ।


ବାପା ମାଆ ଦେଲେ ସମାଜ ସଂସ୍କାର 

ଏବଂ ଶିକ୍ଷକ କହିଲେ ପଥ ଭବିଷ୍ୟତର।


ଏହି ତିନି ଗୁରୁଙ୍କ ଉପଦେଶେ 

ସନ୍ତାନ ହୁଅନ୍ତି ଭଲ ମଣିଷେ।


ହେ ମନୁଷ୍ୟ ରୂପୀ ଦେବତା ଗଣ 

ତୁମ୍ଭ ପଦ ଯୁଗଳେ କୋଟି ପ୍ରଣାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children