STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ଖେଳ ସରିଲେ ବାହୁଡ଼ି ଯିବା

ଖେଳ ସରିଲେ ବାହୁଡ଼ି ଯିବା

1 min
130

ହାରିଲି କେତେ ଜିତିଲି କେତେ  

   ହିସାବ ତ ରଖି ନାହିଁ,

ଯାହା ତୁ ଦେଲୁ ପ୍ରସାଦ ଭାବି,

   ଖାଇ ଯେ ଗଲି ମୁହିଁ।

ଦୁଃଖ କୁ ତୋ ପରୀକ୍ଷା ଭାବିଲି,

   ଖୁସିରେ ସେ ପରୀକ୍ଷା ଦେଲି,

ସମାଧାନ ପାଇଁ ଚେଷ୍ଟା କରିଲି,

  ଜାଣେ ନଜାଣେ ଉତ୍ତର ଲେଖିଲି,

କେବେ ତୋ ପରୀକ୍ଷାରେ ଫେଲ ହେଲି,

  କେବେ ପୁଣି ପାସ ହୋଇ ଉପରକୁ ଗଲି।

ଦୁଃଖରେ କାତର,ସୁଖରେ ଆତୁର,

  କେବେ ତ ମୁଁ ହୋଇ ନାହିଁ,

ଦୁଃଖ ତ ଅଟେ ଯେ, ଜ୍ଞାନର ସାଗର,

   ଏ ଜ୍ଞାନ ତ ଜାଣିଥିଲି ମୁହିଁ।

ଦୁଃଖ ଅଟେ ମୋର ଚିର ସହଚର,

   ସୁଖ ତ ଦି ଘଡ଼ି ଅତିଥି ମୋହର,

ଦୁଃଖ ପାଇଁ ପାଏ ମୁଁ ଯେ କୃପାସାଗର,

   ସୁଖ ତ ଅଟେ ଅତି ସ୍ୱାର୍ଥପର।

ସୁଖରେ ଆସନ୍ତି ସାଥି ହେବାପାଇଁ ,

    ଯେତେ ସ୍ୱାର୍ଥୀ ଗଣ ଭାଇ,

ସେମାନେ ଦୁଃଖ ଦେଖି ଦେଲେ ପଳାନ୍ତି,

   ଲାଞ୍ଜ ଜକା କୁକୁର ହୋଇ।

ହେଲେ ଦୁଃଖରେ ଯେମାନେ ଆସନ୍ତି,

 ସେମାନେ ଯେ ପ୍ରକୃତ ବନ୍ଧୁ ଅଟନ୍ତି,

ସେମାନେ ହିଁ ଦୁଃଖ ସୁଖର ସାଥି ହୁଅନ୍ତି,

 ସତେକି ପୂର୍ବ ଜନ୍ମର କିଏ ହିତୈଷୀ ଅଟନ୍ତି।

ଦୁଃଖ ତ ଅଟେ କଷଟି ପଥର,

   ଛୁଇଁ ସୁନା କରିଦିଏ,

ଅତି ବଲବନ୍ତ ଭାଗ୍ୟ ଯାହାର,

 ସେ ଜୀବନେ ଦୁଃଖ ପାଏ।

ଦୁଃଖ ପାଇଥିବା ବ୍ୟକ୍ତି ଅନୁବଭ ପାଏ,

   ଅନୁବଭରୁ ସଚ୍ଚା ଜ୍ଞାନ,

ସେ ଜ୍ଞାନ ବଳେ ଜଗତ ଜିତେ ସିଏ ,

   ଯେପରି ଜିତେ ହନୁମାନ I 

 ଦୁଃଖ ସୁଖ ଭାଇ ଉଭୟ ସମାନ, 

  କେହି କାହାଠୁ ନୁହଁନ୍ତି ଉଣା ,

ବଞ୍ଚିବା କଳା ଜାଣେ ଯେଉଁ ଜନ,

 ସେ ହିଁ ମଣିଷ ପଣରେ ଗଣା I 

ତେଣୁ ହାରିଲି କେତେ ଜିତିଲି କେତେ ,

  ହିସାବ ମୁଁ ରଖେ ନାହିଁ, 

ଜୀବନେ ସୁଖ ପାଏ କି ଦୁଃଖ ପାଏ, 

 ତାହାକୁ ପ୍ରାରବ୍ଧ ଭାବେ ମୁହିଁ I 

ସଂସାର ଖେଳ ଦୁଇ ଦିନର,

  ଦୁଇ ଦିନ ଏଠି ଖେଳିବା ,

ଖେଳି ସାରିଲେ ବାହୁଡି ଯିବା ,

  କେତେ ହିସାବ ରଖିବା I 

ଯାହାଠାରୁ ଆସିଛୁ ତାହାକୁ ସଦା ଭାବିବା, 

ଯାହା ପାଇବା ମହାପ୍ରସାଦ ତାକୁ ବୋଲିବା, 

ଜୀବନକୁ ହିସାବ କିତାବ ନ କରି ,

ସେ ଲିଳାମୟ ପରମବ୍ରହ୍ମକୁ ହେଜିବା I 


  

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics