ଶ୍ରାବଣ
ଶ୍ରାବଣ
ଶ୍ରାବଣ
*********
*********
ହଁ.ମୁଁ ଜାଣିଥିଲି
ଫେରିଯିବ ଦିନେ
ଶ୍ରାବଣ ତା ଠିକଣାରେ
କମିଯିବ ଯେବେ
ମୌସୁମୀର ମୋହ
ହୃଦୟର ଅଗଣାରେ l
ବରଷାକୁ କାହିଁ
ଭରସା ପାଏନି
କେବେ ଆସେ କେବେ ଯାଏ
କେବେ ଅନୁରାଗ
କେବେ ପୁଣି ବ୍ୟଥା
ହୃଦୟରେ ଭରିଦିଏ
ସିଏ ଯାଯାବର
ନ ଥାଏ ଖବର
ଖୋଜିଲେ ମିଳେନି କେବେ
ତା ଇଛାରେ ଆସି
ଯାଏ ସେ ବରଷି
ମନେ ପଡ଼ିଯାଏ ଯେବେ l
ବୈଶାଖୀ ସାଥିରେ
କେବେ ରଚେ ଭାବ
ଇଚ୍ଛାରେ ବରଷି ଯାଏ
ଶୀତ ସକାଳରେ
ଲଘୁଚାପ ସାଜି
ଝୁମି ଝୁମି ନାଚିଯାଏ l
ସେଥିପାଇଁ ପରା
ରଚିନାହିଁ ଭାବ
ହୃଦୟେ ଅlଙ୍କିନି ଛବି
ଲେଖିନି କବିତା
ବିରହରେ ଭିଜି
ଏକାନ୍ତରେ ତାକୁ ଭାବି l
ସୁଜାତା ଦାସ
ବାଲେଶ୍ୱର

