STORYMIRROR

SUJATA DAS

Romance Classics

4  

SUJATA DAS

Romance Classics

କିଛି ବ୍ୟଥା ହୃଦୟର ################

କିଛି ବ୍ୟଥା ହୃଦୟର ################

1 min
0

ହାରିଗଲି ବୋଧେ 
     ହୃଦୟ ବେଢାରେ 
         ପ୍ରୀତିର ରଙ୍ଗ ଖେଳି 
ହଜିଗଲା ବୋଧେ 
    ସ୍ବପ୍ନ ସବୁ ମୋର 
       ସପ୍ତରଙ୍ଗ ଥିଲା ବୋଳି l
ଲିଭିଗଲା ବୋଧେ 
    ହୃଦୟ କାନ୍ଥରୁ 
        ମୋ ପ୍ରୀତିର ଜ୍ୟୋତି ଶିଖା 
ଭିଜିଗଲି ବୋଧେ 
    ଲୁହର ବର୍ଷାରେ 
        ଶୂନ୍ୟତା ସାଜିଲା ସଖା l
ଲେଖାହେଲା ବୋଧେ 
      ଚିଠିରେ ଇତି ଯେ 
           ସରିଗଲା ସବୁ ଲେଖା 
କଟିଗଲା ବୋଧେ 
     ସମ୍ପର୍କ ଆତ୍ମାରୁ 
         ପ୍ରୀତି ପ୍ରଣୟର ରେଖା l
ସରିଗଲା ବୋଧେ 
    ହୃଦୟର ଗପ 
       ମୋ ପାଇଁ ରହିଲା ଅଧା 
ଭାଙ୍ଗିଗଲା ବୋଧେ 
      ଲୁହର ବନ୍ଦର 
         ମାନିଲାନି କିଛି ବାଧା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance