ଷୋହଳ ବୟସୀ ମୋ ପ୍ରିୟା
ଷୋହଳ ବୟସୀ ମୋ ପ୍ରିୟା
ଷୋହଳ ବୟସୀ ଦେଲା ଅଳ୍ପ ହସି
କଣେଇ ଚାହିଁଲା ପରେ
ହୃଦୟରେ ମୋର ଅନଳ ଲାଗିଲା
ତାହାର ସ୍ମିତ ହାସ୍ୟରେ ।
ତା କୁଆଁରୀ ଲାଜ ଥିଲା ପୁରା ସଜ
କାଖରେ ପୂର୍ଣ୍ଣ କଳସୀ
ପାଦ ଚିପି ଚିପି ବାଟ ଚାଲୁଥିଲା
ହୋଇ ମାଦକତା ଲେସି ।
ମାଛ କଣ୍ଟା ପରି ତା ନହକା ଅଣ୍ଟା
ମଥାରେ ମଲ୍ଲୀ ଗଜରା
ଟାହିଆ ଖଣ୍ଡିକ ସଜା ହୋଇଥିଲା
କୁକ୍କୁଟ ପର ରେ ପୁରା ।
ହାସ୍ୟ କାଳେ ତାର ଗାଲରେ କୁଞ୍ଚନ
ଓଠ ତଳେ କଳା ଜାଇ
ମୁରୁକି ହସରୁ ମହୁ ଝରୁ ଥିଲା
କଣେଇ ଦେଲେ ସେ ଚାହିଁ ।

