Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TUKUNA SAHU

Tragedy

3  

TUKUNA SAHU

Tragedy

ବୃଦ୍ଧା ଶ୍ରମ

ବୃଦ୍ଧା ଶ୍ରମ

1 min
149


ପାଶ୍ଚାତ୍ୟ ଆଳରେ ଖୋଜା ସୁଖଶାନ୍ତି

ମାତପିତା ହତାଦର

କିଞ୍ଚିତ ଅର୍ଥକୁ ସାଉଁଟିବା ପାଇଁ

ସର୍ବଦା ଚାଲେ ବିଚାର ।


ସେବା ମନବୃତ୍ତି ନାହିଁ କାହା ପ୍ରତି

ସବୁଠି ସ୍ୱାର୍ଥର ଗନ୍ଧ

ମଣିଷ ହୃଦୟ ପାଷାଣ ସାଜିଛି

ବୁଝେ ନାହିଁ ଭଲ ମନ୍ଦ ।


ସମାଜ ସଂସ୍କୃତି ଭୁଲେ ଅବିଳମ୍ବେ

ଅର୍ଥ ମାୟା ଫାଶେ ପଡି

ମାତାପିତାଙ୍କର ବାତ୍ସଲ୍ୟ ମମତା

ଯାଏ ସେ ସମ୍ପୂର୍ଣ୍ଣ ହୁଡି ।


ଗୃହରେ କଳହ ପତିପତ୍ନୀ ମଧ୍ୟେ

ବୃଦ୍ଧାଶ୍ରମ ପଡ଼େ ଖୋଜା

ଶେଷ ସମୟରେ ମାତା ଓ ପିତାଙ୍କୁ

ମିଳେ ବୃଦ୍ଧାଶ୍ରମ ସଜା ।


Rate this content
Log in

Similar oriya poem from Tragedy