ଶୁଖିଲା ଶ୍ରାବଣ ଶୁଭିଲାନି ଶିବ ଭଜନ
ଶୁଖିଲା ଶ୍ରାବଣ ଶୁଭିଲାନି ଶିବ ଭଜନ


କରୋଣାକୁ ଡରି ସବୁ ମନ୍ଦିରରେ
ପଡିଅଛି ଏବେ ତାଲା
କେଉଁଠି ଢାଳିବେ ପୂଣ୍ୟ ନଦୀ ଜଳ
ବିଚାରା କାଉଡିବାଲା !
ସେଥିପାଇଁ ପରା ଝୁରିଲା ଶ୍ରାବଣ
ହେଲାନି ଶ୍ରାବଣୀ ବ୍ରତ
କାଉଡ଼ିଆଙ୍କର ଭିଡତ ନଥିଲା
ଖାଲିଖାଲି ବାଟଘାଟ ।
ନଦୀ କୂଳେ ଆଉ ହେଲାନି ଗହଳୀ
ହେଲାନି ବାଲୁକା ପୂଜା
ବସିଲାନି ଆଉ ରଙ୍ଗର ହାଟଲୋ
ଦେଉଳ ହେଲାନି ସଜା ।
ପାଣି ଭାର ନେଇ ଦଳଦଳ ହୋଇ
ବ୍ରତଧାରୀ ଯାଇଥାନ୍ତି
ଜୟ ଜଟାଧାରୀ ବମ୍ ବୋଲୋ ବମ୍
ଭକ୍ତି ଭରେ ଗାଇଥାନ୍ତି ।
ଶୁଖିଲା ଶ୍ରାବଣ ଶିବ ଭଜନରେ
ହେଲାନାହିଁ ପ୍ରକମ୍ପିତ
ସବୁଠି ଆକଟ ଝୁରିଲେ ଭକତ
ପାରିଲେନି ରଖି ବ୍ରତ ।
କରୋଣା ର ଭୟ କରୁଛି ଅଥୟ
ଚାରିଆଡେ କଟକଣା
କରୋଣା ପାଇଁକି ପରବ ପର୍ବାଣୀ
ହୋଇଲେଣି ବାଟବଣା ।