STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
129

ଜୀବନ ଉତ୍ତରାୟଣ ବହି ଆସେ

କେବେ ଧରି ପୁଷ୍ପଗୁଚ୍ଛ,

କେବେ ପୁଣି ନାଲି ଅବିର ଶୋଭିତ

କରିଥାଏ ଯେ ମସ୍ତକ।

ବାସିପାଣିରେ ଯେ ପଚାରୁନଥିବେ

ଫୁଲରେ ଢାଙ୍କନ୍ତି ଦେହ,

ନାଲି ଶାଢ଼ି ଶଂଖା ଦେହରେ ସଜାନ୍ତି

ବଜାନ୍ତି ଡେଙ୍ଗୁରା ଅହ୍ୟ ।

ଅସ୍ତଗାମୀ ଚୂଳେ ପ୍ରକୃତି ତା ରଙ୍ଗ

ପସରା ଧରି ଢାଳଇ,

ସେହି ରଙ୍ଗ ଯେଉଁ ଶୀଖରୁ ଆସଇ

ନିଷିଦ୍ଧ ଇଲାକା ସେହି।

କେତେ ରାଗ ରୁଷା କେତେ ହିଂସା ଦ୍ୱେଷ

ମନରେ କରଇ ଘର,

ଥରେ ସେ ଜାଗାରୁ ଡାକରା ଆସିଲେ

ସବୁ ହୋଇଯିବେ ପର।

ମାଆଟିଏ କେବେ ଶତୃ କାର ନୁହେଁ

ମଙ୍ଗଳ ମନାସେ ସଦା,

ସନ୍ତାନ ତା ଦେହ ହୃତପିଣ୍ଡ ଆଉ

ଶ୍ବାସ ପ୍ରଶ୍ଵାସ ତା ବନ୍ଧା।

ସନ୍ତାନ ଝୁଣ୍ଟିଲେ ମା କଷ୍ଟ ପାଏ

ଲୁହ ହୋଇଯାଏ ଲହୁ,

ସବୁ ମାଆ ଏଠି ସମାନ ନୁହଁନ୍ତି

ଝିଅର ସମାନ ବୋହୁ।

ବୋହୁ ମାଆ ମାନେ ଅଝଟ ହୁଅନି

ଶାଶୁ ହୃଦେ ମାଆ ସ୍ନେହ,

ବହୁଛି ସର୍ବଦା ଗଙ୍ଗା ଯମୁନା ସେ

ଏକ ବୋହୁ ଏକ ଝିଅ।

କେତେ ଅଝଟିଆ ବୋହୁଟି ମୋହର

କେବେ ମାଆ ଭାବିଲାନି,

ନିଷିଦ୍ଧ ଇଲାକା ଡେଇଁ ଗଲେ ନିଶ୍ଚେ

ଭାବିବ ମା ମୋ ନାହିଁ।

ସେ ଇଲାକା ଯିବା ବେଳ ମୋ ହେଲାଣି

ଦୁଃଖ ରହିଯିବ ମନେ,

ଇଶ୍ଵର କରିବେ ସତରେ ଥରୁଟେ

ଆଦରିବ କି ସେ ମନେ।

ନିଷିଦ୍ଧ ଇଲାକା ଏପରି ସେ ଯାଗା

ଗଲେ କେ ଫେରିବ ନାହିଁ,

ସେ ଇଲାକା ଅଟେ ଶେଷ ଠିକଣା ମୋ

ଭାବିବୁରେ ମାଆ ତୁହି।

ମୁଁ ଗଲାପରେ ଏ ଲେଖାକୁ କେବେ 

ପଢ଼ିବ ଯଦି କେ ଥରେ,

ମୋ ବୋହୁକୁ ଯାଇ କହି ଦେବ କାନେ

ମମି ତୋତେ ସଦା ଝୁରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy