STORYMIRROR

ଅଜୟ କୁମାର ସାହୁ

Romance Tragedy

4  

ଅଜୟ କୁମାର ସାହୁ

Romance Tragedy

ତୁମେ ଆଉ ତୁମେ ହେଇ ନାହଁ !

ତୁମେ ଆଉ ତୁମେ ହେଇ ନାହଁ !

1 min
381

ତୁମେ ପରା ସେହି ମୋ ମନ ମୋହିନୀ

ମୋର ପ୍ରେମର ପ୍ରିୟସୀ,

ଯିଏ ଦିନେ ମୋର ଶୁଖିଲା ଓଠରେ

ଭରିଥିଲା କେତେ ଖୁସି !


ତୁମେ ଥିଲ ସେହି ମଧୁର ରାତ୍ରିର

ପିରତି ଭରା ନାୟିକା,

ହାତ ଛାଡ଼ି ଆଜି ହେଇଗଲ ତୁମେ

ଆଉ କାହାର ପ୍ରେମିକା।


ତୁମେ ପ୍ରିୟା ଆଉ ତୁମେ ହେଇ ନାହଁ

ବଦଳିଲ କୁହ କାହିଁ ?

ଏ ବଦଳିବା ଦେଖି କେତେଯେ ପ୍ରଶ୍ନ

ନିଜକୁ ପଚାରେ ମୁହିଁ !


ମନରେ ରହିଛି ଅସୁମାରୀ ପ୍ରଶ୍ନ

ଦେବ କି ତା'ର ଉତ୍ତର ?

ଭସାବାଦଲଟେ ପରି ତୁମେ ମୋତେ

କାହିଁକଲ ସାତପର ?


ତୁମେ ମୋତେ ଛାଡ଼ି ଚାଲିଗଲା ପରେ 

ଏକା ଲାଗେ ଦୁନିଆରେ,

ତୁମ ସ୍ମୃତି ମୋତେ ନିତି ଜାଳୁଅଛି 

ବିରହର ବେଦନାରେ।


ଜୀବନର ରାସ୍ତା କେତେ କଣ୍ଟକିତ 

ଯିଏ ଚାଲେ ତାକୁ ଜଣା,

ତୁମ ବିନା ସାଥୀ ଏକା ଚାଲୁଚାଲୁ 

ହୋଇଯାଏ ବାଟବଣା।


ବିରହ ବେଦନା ସହିହେଉ ନାହିଁ

ଫେରିଆସ ସାଥୀ ତୁମେ,

ନୂତନ ସଂସାର ଗଢ଼ିବା ପାଇଁକି

ସପନ ଦେଖିବା ଆମେ।


ଯେତେ ମୁଁ କାନ୍ଦିଲେ ତୁମେ କି ବୁଝିବ

ମୋ ହୃଦୟର ବେଦନା,

ତୁମେ ପରା ଆଉ ତୁମେ ହେଇ ନାହଁ

ଘାରିଛି ସ୍ବାର୍ଥ ଭାବନା।


ସେଥିପାଇଁ ମୋର ପ୍ରେମକୁ ଏଡେଇ

ଚାଲିଗଲ ଏକାକରି,

ଏକା ଏକା ଆଜି ଜିଉଁଛି ଜିଇଁବି

ଛାତିକୁ ପଥର କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance