STORYMIRROR

ଅଜୟ କୁମାର ସାହୁ

Abstract Romance Others

4  

ଅଜୟ କୁମାର ସାହୁ

Abstract Romance Others

ଅଚିହ୍ନା ନାୟିକା-୯

ଅଚିହ୍ନା ନାୟିକା-୯

1 min
233

ବହୁଦିନ ପରେ ଦେଖା ହେଲା ଆଜି

ସେହି ଅଚିହ୍ନା ନାୟିକା,

ବର୍ଷାର ପାଗରେ ଛତା ଟିଏ ଧରି

ଯାଉଥିଲା ଏକା ଏକା !


ବର୍ଷା କାଦୁଅରେ ପାଦ ଚାପି ଚାପି

ଚାଲୁଥିଲା ଧିରେ ଧିରେ,

ଏତିକି ବେଳକୁ ଗୁଡ଼ ଖସି ଯାଇ

ପଡ଼ିଗଲା କାଦୁଅରେ !


ଦେହ ସାରା ତାର କାଦୁ ସରସର

କଣ କରିବ ସେ ଏଥର,

ଦଉଡ଼ି ମୁଁ ଗଲି ପାଖକୁ ତାହାର

ବଢ଼ାଇଲି ହାତ ମୋର।


କାଦୁଅରୁ ଉଠିଯାଇ ସଙ୍ଗେ ସଙ୍ଗେ 

ଧନ୍ୟବାଦ ଦେଲା,

ଏବେଠାରୁ ଆମେ ସାଥୀ ହେବା ବୋଲି

ଆଜି କଥା ମୋତେ ଦେଲା !


ଚାତକ ପରିକା ଚାହିଁ କି ରହିଲି

ସ୍ବପ୍ନ ତ ଦେଖୁନି ମୁହିଁ,

ସ୍ମିତହାସ୍ୟ ହସ ହସିଦେଇ ଟିକେ

ପଛକୁ ଦେଲା ସେ ଚାହିଁ !


ତା'ର ହସ ହସ ଉଜ୍ବଳ ମୁଖକୁ 

ପାରିଲିନି ଆଉ ଚାହିଁ,

କାହିଁ କି କେଜାଣି ଲାଜରେ ଲାଜରେ 

ମୁଣ୍ଡ ମୋର ଗଲା ନଇଁ !


ପଛରେ ତାହାର ଧୀରେ ଧୀରେ ଯାଇ 

ନାଁ ତା'ର ପଚାରି ଦେଲି,

ଆଉ କେବେ ଦେଖାହେଲେ କହିବ କହି

ଆଗକୁ ଗଲା ସେ ଚାଲି।


ପୁନଶ୍ଚ ମୁଁ ତାହାର ପଛରେ ଗଲି

ଠିକଣା ଜାଣିବା ପାଇଁ,

ଠିକଣା କହିଲା ନମ୍ବର ବି ଦେଲା

କଥା ଟିକେ ହେବା ପାଇଁ !


ଏଥର ତା ସାଥେ କଥାହେବି ବୋଲି

ଖୁସିରେ ନାଚି ଉଠିଲି,

ମନ ଆନନ୍ଦରେ ଘରକୁ ମୁଁ ଫେରି

ଫୋନ ଧରି ବସିଗଲି।


କଥା ହେବାପାଇଁ ମନ ସ୍ଥିରକଲି

ଲାଗୁଥାଏ ଟିକେ ଡର,

କିଏ କାଳେ ତାର ଫୋନ ଧରିଥିବ

ଭେଳା ବୁଡ଼ିଯିବ ମୋର !


ମନେ ମନେ ପୁଣି ସାହାସ ବାନ୍ଧି ମୁଁ

ମନକୁ କଲି ପଥର,

ସାହାସ ବାନ୍ଧି ମୁଁ କଲ କଲାବେଳେ

ବୈଧ ନୁହେଁ ଏ ନମ୍ବର !


ଏତେଦିନ ପରେ ଦେଖାହେଲା ଆଜି

ଠକିଦେଇ ଚାଲିଗଲ,

ଦେଖାହେଲେ ପୁଣି ପଚାରି ବୁଝିବି

କାହିଁକି ଏମିତି କଲ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract