STORYMIRROR

ଅଜୟ କୁମାର ସାହୁ

Romance

4  

ଅଜୟ କୁମାର ସାହୁ

Romance

ପହିଲି ବର୍ଷା

ପହିଲି ବର୍ଷା

1 min
217

ବର୍ଷର ପ୍ରଥମ ବର୍ଷା ଟୋପା ଯେବେ

ତ ଦେହେ ପଡ଼ିଲା ସାଥୀ,

କେତେ ଯେ ସୁନ୍ଦର ଲାଗୁଥିଲ ତୁମେ

ସତେକିବା ରାଜ ହଂସି ।


କୋମଳ ଦେହରେ ବରଷାର ଛିଟା

ପଡୁଥିଲା ଯେତେ ଥର,

ଉଢ଼ଣାରେ ତୁମେ ଦେହକୁ ତୁମର

ଢାଙ୍କୁଥିଲ ବାରମ୍ବାର।


ତଥାପି ଏଇ ଅମାନିଆ ବରଷା 

ବୁଝେନାହିଁ ସେଇ କଥା,

ପ୍ରତ୍ୟେକ ଟୋପାରେ ଦେହକୁ ତୁମର

ଛୁଇଁ ଥାଏ ଏକା ଏକା।


ଜାଣି ମୁଁ ନଥିଲି ତୁମ ସାଥେ ମୋର

ଏମିତି ହେବ ବୋଲି ଦେଖା,

ବର୍ଷାର ପାଗରେ ଗଛର ତଳରେ

ତୁମେ ଥିବ ବୋଲି ଏକା ।


ଜଣାନାହିଁ କେବେ ଏମିତିକା ଦିନ 

ଆସିବ କି ନା ଜୀବନେ,

ସେହିପରି ଦିନ ଏମନ ଖୋଜିବ

ପ୍ରତି ମୁହୁର୍ତ୍ତରେ ସତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance