STORYMIRROR

Puspakesini Dash

Tragedy

4  

Puspakesini Dash

Tragedy

ତୁମେ ଆସିବ

ତୁମେ ଆସିବ

1 min
318

ନିଦକୁ ହଜେଇ ଜହ୍ନ ଆଲୁଅରେ କାଟୁଥିବା

ରାତିର ଅନ୍ତ ହେଇ ତୁମେ ଆସିବ।


ସଂସାର ଭିଡ଼ ଭିତରେ ଏକା ହେଇ ହଜି ଯାଇଥିବା

ବୋକିଟିଏର ଦମ୍ଭ ହେଇ ତୁମେ ଆସିବ।


ବର୍ଷ ବର୍ଷ ଧରି ଅପେକ୍ଷାର ଅନ୍ତ କରି

ଆଶାର ଆଲୁଅ ହେଇ ତୁମେ ଆସିବ।


ସବୁ ଦୁଃଖ କଷ୍ଟ ତ୍ୟାଗର ମୂଲ୍ୟ ଦେବାକୁ

ସକାଳର ସୂର୍ଯ୍ୟ ହେଇ ତୁମେ ଆସିବ ।


ସବୁ କିଛି ହରେଇ ସାରି ବି ହସି ହସି କରୁଥିବା

କର୍ତ୍ତବ୍ୟର ରାସ୍ତା ଟିଏ ହେଇ ତୁମେ ଆସିବ।


ଆଶା ନିରାଶା ଭାବନାର ସଂସାର ଭିତରେ

ଧର୍ଯ୍ୟର ପଥିକ ଟିଏ ହେଇ ତୁମେ ଆସିବ।


ମୋ ଆଖି ଭିଜା ପ୍ରତ୍ୟେକଟି ପ୍ରାର୍ଥନାର

ଆଶୀର୍ବାଦ ହେଇ ତୁମେ ଆସିବ।


ସବୁ ପ୍ରତୀକ୍ଷାର ଅନ୍ତ କରି

ହଁ ତୁମେ ଆସିବ ହଁ ତୁମେ ଆସିବ।

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy