Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lunar Das

Romance Tragedy

3  

Lunar Das

Romance Tragedy

ସୂକ୍ଷ୍ମ ସଂଯୋଗ

ସୂକ୍ଷ୍ମ ସଂଯୋଗ

1 min
208



ଅନେକ ଅଭିଜ୍ଞତା ଥାଇ ମଧ୍ୟ

ଏକ ସରଳ ହୃଦୟ

ନିଜର ଅବୁଝା ପଣ ରେ

ଏକ ଅନଭିଜ୍ଞ ଆତ୍ମୀୟତା କୁ

ଆପଣେଇ ନିଏ କାହିଁକି

ସେ ଆତ୍ମାନୁଭଵ ରେ କ'ଣ କିଛି ଅର୍ଥ ଥାଏ ?

ଏକ ଅଜଣା ବାତ୍ସଲ୍ୟ ସ୍ନେହରେ

ନିଜ କୁ ଖୋଜେ କାହିଁକି

ଯାହାକୁ ସେ କେବେ ଦେଖି ନଥାଏ ?

କାହା ସହ କି ସଂଯୋଗ

ଏ ଅଦୃଶ୍ୟ ସତ୍ତା ରେ

ଏକ ନିମିତ୍ତ ସମୟ ବ୍ୟବଧାନରେ

ଲକ୍ଷେ ଯାତନା ଭିତରେ

ବାଷ୍ପ ରୁଦ୍ଧ କଣ୍ଠ ତା'ର

ଦ୍ରଵିଭୂତ ହୋଇ ଯାଏ

ଅନେକ ଜଳ କଣାରେ ।

କାହାକୁ ଦୁଃଖୀ ନ କରିବାର ଅଭିପ୍ରାୟ ରେ

ଏକ ନିଷ୍ପାପି ହୃଦୟ

କାହାକୁ ଯନ୍ତ୍ରଣା ଟେ ଦେଇ ଦିଏ

ଦ୍ବନ୍ଦ୍ୱ ର କରାଳ ଗର୍ଭ ରେ

ବିଶ୍ୱାସ ର ଦ୍ୱାହି ଦେଇ ।

ଟୋପାଏ ସ୍ନେହ ର ଅଭୁଲା ପଣ ରେ

ସମର୍ପିତ ଆତ୍ମା ତା'ର

ବୁଦ୍ ବୁଦ୍ ହୋଇ ଜଳି ଉଠେ

ସୂକ୍ଷ୍ମ ଦୀପ ଶିଖା ଟିରେ

ଯଦିବା ସେ ସଂଯୋଗ ର

ଅର୍ଥ କିଛି ବି ନଥାଏ ।

ମନ ଟିଏ ଯେବେ ଅଡ଼ୁଆ  ଅଡ଼ୁଆ ଲାଗେ

ମୃତ୍ୟୁ ଟା ବି ଖୁବ୍ ଆପଣାର ଲାଗେ

କିଏ ଯଦି ଲାଗେ ଟିକିଏ ନିଜର

ସେ ଆତ୍ମୀୟତା ର ସୂତ୍ର ଟିଏ ଜାଗେ ।

ପ୍ରାରବ୍ଧ ରୁ ବନ୍ଧା ପଡ଼ି

ଓହଳି ପଡ଼ି ଥିବା ସମ୍ପର୍କଟେ

ଅଯଥା ରେ ଝୁଲୁଥାଏ ।

କିଏ ବୁଝେ ସେ ଭାବ କୁ

ନା କିଏ ବୁଝେ ସେ ସମ୍ପର୍କର ଅର୍ଥ କୁ

ଅନେକ ଅବୁଝା ପ୍ରଶ୍ନ ମୋର

ଆଖିଭରା କୁହୁଡ଼ି ରେ

ବାରମ୍ବାର ଦେଖୁଥାଏ ଆକାଶ କୁ ।

       


Rate this content
Log in

Similar oriya poem from Romance