STORYMIRROR

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ଦୀପାବଳୀ

ଦୀପାବଳୀ

1 min
145

କାର୍ତ୍ତିକ ମାସର ଅମାବାସ୍ୟା ଦିନ

ଦୀପାବଳୀ ପର୍ବ ପାଳନ

ହୁଏ ପ୍ରତି ବର୍ଷ ଆନନ୍ଦ ଉଲ୍ଲାସ

ନବ ଆଶା ଉଦ୍ଦୀପନ ।


ଆଣି ସେ ଆସଇ ଆହା କି ତୃପତି

କେତେ ଆବେଗ ଆହ୍ୱାନ

ଆଲୋକ ମାଳାରେ ସୁସର୍ଜିତ ହୁଏ

ଗ୍ରାମ ପୁର ପଲ୍ଲୀ ମାନ ।


ସ୍ନେହ , ଶରଧ। ଓ ହସ ଖୁସି ମୟ

କରି ଦିଏ ମନ ପ୍ରାଣ

ମଉଜ ରେ ଜନେ ଫୁଟାଇ ଥାଆନ୍ତି 

ଆତସବାଜି ଓ ବାଣ ।


ଭରି ଦିଏ ଦିବ୍ୟ ପ୍ରୀତିର ପ୍ଲାବନେ

ପ୍ରତି ଜନ ମନ ଚିତ୍ତ

ଆଲୋକ ପରବ ଦୀପାବଳୀ ପାଳି

ହୁଅନ୍ତି ଜନେ ଉନ୍ମର୍ତ୍ତ ।


Rate this content
Log in

Similar oriya poem from Abstract