ରାହାସ ପୂର୍ଣ୍ଣିମା
ରାହାସ ପୂର୍ଣ୍ଣିମା
ବହିଲାଣି ଧୀର ବାୟୁ ପରିମଳ
ନିର୍ମଳ ଶରଦକାଳ
ପ୍ରକାଶନ୍ତି ଶଶୀ ବିମଳ ଜୋଛନା
ବିକଶନ୍ତି ତାରାଫୁଲ ।
ଚହଟେ ସୁବାସ ସୁମନ ଫୁଲରେ
ଫୁଟିଲାଣି ପଦ୍ମ କଇଁ
କାଳିନ୍ଦୀ କୂଳରେ କଦମ୍ବ ମୂଳରେ
ବିଜୟ କଳା କହ୍ନାଇ ।
ବିଚାରନ୍ତି ମନେ ଆଜ ବୃନ୍ଦାବନେ
ଆରମ୍ଭିବେ ରସରାସ
ବାଜଇ ପଞ୍ଚମେ ବିରହ ମୂରଲୀ
ବିଭୋର ଗୋପୀ ମାନସ ।
ଧରି ରାଈ ନାମ ପୁକାରେ ମୂରଲୀ
ଗୋଟି ଗୋଟି ଗୋପୀ ନାମ
ଅଧୀର ଉଚ୍ଛନ୍ନ ଗୋପୀ ଷୋଳଶସ୍ର
ଉଚ୍ଚାଟନ ବ°ଶୀସ୍ୱନ ।
ତ୍ରିଭଙ୍ଗୀ ଛନ୍ଦରେ ବେଶ ନଟବର
କୃଷ୍ଣଚନ୍ଦ୍ର ଗୋପୀନାଥ
ନୃତ୍ୟ ଛନ୍ଦରସେ ତଲ୍ଲୀନ ଜୀବନ
ମହାନନ୍ଦ ରସରାସ ।
ନିର୍ଝରେ ଅମୃତ ପ୍ରେମ ପୂର୍ଣ୍ଣକାମ
ବିନାଶେ ମାୟାପଟଳ
ଅଭୟ ଆଶ୍ରୟ ଧ୍ୟାୟୁ ଚିତ୍ତ ମନ
ଶ୍ରୀରାଧାକୃଷ୍ଣ ପୟର ।
------

