STORYMIRROR

Hrudayananda Padhan

Romance

3  

Hrudayananda Padhan

Romance

"ସ୍ବପ୍ନର ତାଜମହଲରେ ସତର ମମତାଜ

"ସ୍ବପ୍ନର ତାଜମହଲରେ ସତର ମମତାଜ

1 min
54

ସ୍ବପ୍ନର ତାଜମହଲରେ ସତର ମମତାଜ"


ତୋଳୁଥିଲି ଦିନେ ମୋ ସ୍ମୃତିର ତାଜମହଲ 

ସେଇ ରଙ୍ଗମହଲର ଚାରିତାଳ କୋଠା ଉପରେ ବସି 

ଭାବୁଥିଲି ସ୍ବପ୍ନରେ 

ଗଢିବି ମୁଁ ଆଉ ଏକ ନୂତନ ପାନ୍ଥଶାଳା 

ହଠାତ କାହିଁକି ଆଜି ମୋ ସ୍ବପ୍ନର ତାଜମହଲଟା 

ହାଥଠାରି ଡାକିଲା କାଲିରାତିରେ 

ମୁଁ ନିଦ୍ରା ନୟନେ ଉଠିପଡି 

ଯାଇ ଦେଖେତ ମୋ ମମତାଜ

ମୁଣ୍ଡରେ ଓଢଣୀ ଦେଇ ଅପେକ୍ଷା କରିଛି 

ସେଇ ଚଉଠିରାତିର ସଜ୍ଜିତ ବେଶରେ 

ନାଲି ପାଟକୁ ଲାଳ ଓଢଣୀ 

ସାଥେ କୁଙ୍କୁମ ବୋଳା ମୁଖ ମଣ୍ଡଳ 

କେଶରାଶି ଚିଲିକାର ନୀଳଜଳ ପରି 

ଅଙ୍ଗେଭରା ଯୌବନର ଶ୍ୟାମଳଶ୍ରୀ ଉପବନ 

ନୟନର ତେରେଛା ଚାହାଣି

ଅତିବା ମନ ମୁଗ୍ଧ କର 

ପାଦର ପାଉଁଜିର ରୁଣୁଝୁଣୁ ଶବ୍ଦରେ 

ନିସ୍ତବ୍ଦ ଏ ଅମାବାସ୍ୟା ରଜନୀ l


ହଠାତ ଦେଖିକି ଡରି ଯାଇଥିଲି 

ତୁମର ସେ ସୁସଜ୍ଜିତ ଚେହେରା 

ଭାରି ଖୁସି ଲାଗିଲା 

ମୋ ମମତାଜ ଅଭିମାନ ନ କରି 

ଏବେବି ଅପେକ୍ଷା କରିଛି 

ମୋ ଫେରିବା ପଥକୁ ଚାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance