STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ସନେଟ୍ : ତୁମେ

ସନେଟ୍ : ତୁମେ

1 min
174

ତୁମେ ମୋର ସଜ ଫୁଟା ଫୁଲଟ ପ୍ରୀତିର 

ତୁମେ ମୋର ଅଭିଧାନ ନିରବ ଭାଷାର 

ମୋ ମନ ବୀଣାରେ ତୁମେ ଅଟ ସାତସୁର 

ତୁମେ ହିଁ ମୋ ଜୀବନର ଅମୃତ ନିର୍ଝର ।।


ମୋ ଆଖି ପଲକେ ତୁମେ ସୁବର୍ଣ୍ଣର ଚୁଡ଼ା 

ଅଧରରେ ରଙ୍ଗ ତୁମ ଗୋଲାପ ପାଖୁଡା 

ଫଗୁଣରେ ତୁମେ ମୋର ଫଗୁ ବାରିଧରା 

ଅମା ଅନ୍ଧକାରେ ତୁମେ ଚାନ୍ଦର ଫୁଆରା ।।


ମୋ ଜୀବନ ମରୁଭୂମେ ତୁମେ ଜଳବିନ୍ଦୁ 

ତୁମ ପାଇଁ ଲଙ୍ଘି ପାରେ ମୁଁ ଯେ ସାତ ସିନ୍ଧୁ 

ହାତରେ କଙ୍କଣ ତୁମ  ପାଦରେ ନୂପୁର 

ତୁମ ପାଇଁ ଗାଇବି ମୁଁ  ମଧୁର  ଝଙ୍କାର ।।


ମୋ ହୃଦ ଆକାଶେ ତୁମେ ଧ୍ରୁବତାରା ସମ 

ପଥ ପ୍ରଦର୍ଶକ ମୋ ଶାଶ୍ଵତ ଆମ ପ୍ରେମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance