STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ଆମ ସମ୍ପର୍କ

ଆମ ସମ୍ପର୍କ

1 min
235


'ସମ୍ପର୍କ' ଆମର କୋମଳ ପରଶ

   ସ୍ନିଗ୍ଧ ଶୀତଳ ପ୍ରେମର

ଜୀବନଟା ସତେ ସରସ କବିତା 

   ହସ ଝରା ଅଧରର ।।


ସ୍ମୃତି ଆମ ଗୁପ୍ତ ରାଗ ମିଶା ଗଳ୍ପ 

   ଅନାସକ୍ତ ଆବେଗର 

ପ୍ରୀତିଟା ଲାଗଇ ଅଭୁଲା କାହାଣୀ 

   ହରେଇକି ପାଇବାର ।।


ସ୍ନେହ ପୁଣି ଏକ ସଂଗୀତ ମୁର୍ଛନା 

   ହୃଦ ତନ୍ତ୍ରୀ ଭିତରର  

ସ୍ବପ୍ନ ଭରା ଆଖି ମଧୁର ମେଲାଣି

   ଆନନ୍ଦାଶ୍ରୁ  ଝରିବାର ।।


ମନଟା ସତରେ ଚହଲା ନଇ ଯେ 

    ମିଠା ଖୁସି ପାଇବାର

ନୀବିଡ ବନ୍ଧନ ନୀଡରେ ଆବଦ୍ଧ 

   ମାନ ଓ ଅଭିମାନର ।।


ରାଗ ରୁଷା ସବୁ ନିତି ଦିନ କଥା

   ସେଥିରେ ଛନ୍ଦିତ ଡୋର

ପୁଲକିତ ଆଶା ମହଲେ କଳ୍ପିତ

   ଆମରି ଶ୍ରଦ୍ଧା ମନ୍ଦିର ।।


ଛାତିତଳେ କୋହ ବିବିଧ ଭାଷାର

   ପଢିବାଟା ଯାହା ଛାର

ଦରଦୀ ଆଖିରେ ସୁନୀଳ ଆକାଶ 

    ଲାଗିଥାଏ ଆପଣାର ।।


ଆମ ଅଭିଳାଷ  ପୁଣି  ଅନୁରାଗ  

   ଅନୁତାପେ ଶୋକାତୁର

ମଣିଷ ପଣିଆ ପ୍ରାଣରେ ଭରିଛି

   ସଭେଁ ଲାଗନ୍ତି ନିଜର ।। 


ହାରିଛେ କଣ ଅବା ଜିତିଛି କେତେ

    ହିସାବ ନିକାଶ ଦୂର

ନଇଁବାନି ଜମା ଅନ୍ୟାୟ ପାଖରେ

   ମନରେ ଭରିକି ଡର ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance