ଖାସ ତମପାଇଁ
ଖାସ ତମପାଇଁ
ବୟସ ଛୁଇଁଲା
ସପନ ଛୁଇଁଲା
ନଜର ଛୁଇଁଲା ଲାଖି
ଶୀତ ବି ଛୁଇଁଲା
ବସନ୍ତ ଛୁଇଁଲା
ତମ ଛୁଇଁବାଟା ବାକି,
ପ୍ରେମ ଯେବେ ଆସେ
ହୃଦୟ ଉଆସେ
ଖୋଜୁଥାଏ ଗୋଟେ ସାଥି
ହେଉ କୋଠାଘର
ଅବା ଚାଳଘର
କୋଇଲା ହେଉକି ମୋତି
ପହିଲି ଛୁଆଁରେ
ଅକୁହା ଆବେଗ
ଆବେଗରେ ଥାଏ ଖୁସି
ସେ ଖୁସିରେ ଥାଏ
ମାନ ଅଭିମାନ
ମିଛେ ଯାଉଥିଲେ ରୁଷି,,
ଗପରୁ ଆରମ୍ଭ
କାହାଣୀରେ ଶେଷ
ଟୋପାଏ ଲୁହକୁ
ସଂସାର ବିଷ
ତମେ ହସିଦେଲେ
ଦୁନିଆ ହସେ
ସେଇଠୁ ଜୀବନ
ମହକି ବାସେ..

