STORYMIRROR

Amulya Kumar Nayak

Romance Classics

3  

Amulya Kumar Nayak

Romance Classics

ଖାସ ତମପାଇଁ

ଖାସ ତମପାଇଁ

1 min
207


ବୟସ ଛୁଇଁଲା

    ସପନ ଛୁଇଁଲା

     ନଜର ଛୁଇଁଲା ଲାଖି

ଶୀତ ବି ଛୁଇଁଲା

   ବସନ୍ତ ଛୁଇଁଲା

     ତମ ଛୁଇଁବାଟା ବାକି,


ପ୍ରେମ ଯେବେ ଆସେ

  ହୃଦୟ ଉଆସେ

   ଖୋଜୁଥାଏ ଗୋଟେ ସାଥି

ହେଉ କୋଠାଘର

  ଅବା ଚାଳଘର

   କୋଇଲା ହେଉକି ମୋତି


ପହିଲି ଛୁଆଁରେ

  ଅକୁହା ଆବେଗ

   ଆବେଗରେ ଥାଏ ଖୁସି

ସେ ଖୁସିରେ ଥାଏ

  ମାନ ଅଭିମାନ

   ମିଛେ ଯାଉଥିଲେ ରୁଷି,,


ଗପରୁ ଆରମ୍ଭ

  କାହାଣୀରେ ଶେଷ

   ଟୋପାଏ ଲୁହକୁ

      ସଂସାର ବିଷ

ତମେ ହସିଦେଲେ

   ଦୁନିଆ ହସେ

    ସେଇଠୁ ଜୀବନ

     ମହକି ବାସେ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance