STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରେମ

ପ୍ରେମ

1 min
252

ପ୍ରେମ ,

ଏକ ଅସରନ୍ତି ବିଶ୍ୱାସ ,

ଜୀବନ ଯୋଗରେ ଇପ୍ସିତ ବିନ୍ୟାସ,

କେଉଁଠି ବନ୍ଧୁତାରୁ ଆରମ୍ଭ ପ୍ରେମରେ ଶେଷ ,

ପୁଣି ବା କେଉଁଠି ପ୍ରେମରୁ ଆରମ୍ଭ ବନ୍ଧୁତାରେ ଶେଷ ।।


ପ୍ରେମ ,

କେଉଁଠି ବିଶ୍ୱାସରେ ବିଷ ,

କେଉଁଠି ପୁଣି ସିଏ ଆମ ନିଃଶ୍ୱାସ, 

କେବେ ପୁଣି ସେ ସିନ୍ଦୂରରେ ହୋଇଥାଏ ଶେଷ,

ସିନ୍ଦୂରରୁ ଆରମ୍ଭ ସେ କେବେ ମଶାଣିରେ ଅବଶେଷ ।।


ପ୍ରେମ,

କେବେ ସିଏ ନୀଳ ଝରଣା,

ଆଉ କେବେ ସିଏ ବହୁତ ଅଜଣା,

ଖୋଜି ବୁଲେ ଜହ୍ନରେ ପୁଣି ପ୍ରିୟାର ଠିକଣା,

ବିନା ବସନ୍ତରେ ବହିଯାଏ କେବେ ମଳୟେ ମୂର୍ଚ୍ଛନା ।।


ପ୍ରେମ,

ମନ କାନନେ ଫୁଲଟିଏ,

ସୁଗନ୍ଧେ ପୁଲକ ଭରି ଦେଇଥାଏ,

କେବେ ଆଦ୍ୟ ଶରତେ ନଇ ଧାରେ ହସୁଥାଏ, 

ଶେଫାଳି ପରି ସନ୍ଧ୍ୟାରେ ଫୁଟି ସକାଳେ ମଉଳିଯାଏ ।।


ପ୍ରେମ,

ପ୍ରାଣେ ଭରେ ଅଭୁଲା ପ୍ରୀତି,

ପଲକରେ ରହିଯାଏ ହୋଇ ସ୍ମୃତି,

କାହା ହୃଦେ ଭରିଥାଏ କେତେ ମଧୁର ଗୀତି,

ଆଉ କିଏ ଖୋଜିଥାଏ ରାତ୍ରିରେ କେବଳ ଦେହ ତାତି ।।


ପ୍ରେମ,

ତା ଠାରେ ଆରମ୍ଭ ତ ସୃଷ୍ଟି,

ବହୁ ମୂଲ୍ୟବାନ ଲାଗେ ସେ ସବୁଠି,

ଜାୟାର ପ୍ରୀତି-ପ୍ରଣୟ ସୋହାଗ ମାପକାଠି,

ମାଆର ପଣତେ ମମତାର ଡୋରେ ବିଶ୍ୱାସର ମୁଠି ।।


ପ୍ରେମ,

ଦେହରେ ଆଉ ବିଦେହରେ,

ସବୁ ସମ୍ପର୍କ ଆପଣା ତା ପାଖରେ,

ବନ୍ଦୀ ହୁଏ ସେ ସଂଜ୍ଞାହୀନ ସମ୍ପର୍କ ରଜ୍ଜୁରେ,

ପୁଣି କେଉଁଠି ମତୁଆଲା ଛଳନାର ମଧୁ ଫାଶରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance