STORYMIRROR

Narayan Sethi

Romance

3  

Narayan Sethi

Romance

ଶୀର୍ଷକ:ତୁମକୁ ଦେଖିଲା ପରେ

ଶୀର୍ଷକ:ତୁମକୁ ଦେଖିଲା ପରେ

1 min
222


ତୁମକୁ ଦେଖିଲା ପରେ ......

ମୋ ମନର ଶୂନ୍ୟତାରେ ତୁମ ଛବିକୁ ଆଙ୍କି ଦେଲି

ଆଉ ସେ ତୂଳିରେ ତୁମ ଓଠକୁ 

ଗୋଲାପିର ରଙ୍ଗ ଦେଇ

ଆଉ ତୁମ ମୁଁହରେ ଲାଲ ଟିକିଲିଟେ ପିନ୍ଧେଇଦେଲି......!!

ତୁମକୁ ଦେଖିଲା ପରେ......

ତୁମ କଳା ମେଖି କେଶରେ ମୁଁ ମୋ ନିଜକୁ

ତୁମ ପାଖେ ହଜେଇଦେଲି 

ତୁମ ନୁଖୁରା କେଶର ଦୃଶ୍ୟ ମତେ ଆଉ ମୋ ଆଖିକୁ

ଆକର୍ଷଣର କେନ୍ଦ୍ର ତୁମକୁ ସଜେଇଦେଲି................!!

ତୁମକୁ ଦେଖିଲା ପରେ......

ତୁମ ଓଠର ହସ ଦେଖିକି ଭାବୁଥାଏ

ସେ ଓଠରେ ମୁଁ ତୁମ ହସ ହେଇଯାଆନ୍ତି କି

ଆଉ ନୀତି ତୁମ ଓଠରେ ହସି ହସି 

ତୁମ ମୁହଁରେ ହସ ଖୁସିରେ ଭରିଦିଆନ୍ତି..........!!

ତୁମକୁ ଦେଖିଲା ପରେ......

ତୁମ ଆଖିକୁ ଦେଖି ମୁଁ ମୋ ଆଖିକୁ 

ଏକ ନୂତନ ସ୍ୱପ୍ନ ରାଇଜରେ ହଜେଇ ଦେଲି

ଆଉ ସେ ରାଇଜରେ ଏକ ସୁନ୍ଦର ସ୍ୱପ୍ନଟି 

ଖାସ ତୁମ ପାଇଁ ମୁଁ ଗଢ଼ି ଦେଲି...................!!

ତୁମକୁ ଦେଖିଲା ପରେ.......

ତୁମ ପାଦର ପାଉଁଜିର ରୁଣୁଝୁଣୁ ଶବ୍ଦରେ

ମୋ କାନରେ ମିଠା ମିଠା ପ୍ରେମର

ଅନେକ ଗୁଡିଏ ସନ୍ଦେଶ ଦେଇକି

ସେ ମୋତେ କହୁଛି ଆସ ଆମେ 

ମିଶିକି ପ୍ରେମର ସଙ୍ଗୀତ ଗାଇବା ବୋଲି କି..........!!

ତୁମକୁ ଦେଖିଲା ପରେ ......

ମୋର ନିତିଦିନିଆ କାମରେ କିଛି

ନୂଆଁ ନୂଆଁ ପରିବର୍ତ୍ତନ ଘଟିଛି

ବୋଧେ ତୁମେ ମୋ ପ୍ରେମର ଫୁଲଟେ 

ଆଉ ମୁଁ ପାଗଳ ପ୍ରାୟ ପ୍ରଜାପତି ପରି

ତୁମ ଆଖ ପାଖରେ ଘୁରି ବୁଲୁଛି............!!

ତୁମକୁ ଦେଖିଲା ପରେ .....

ସତେ ଯେମିତି ଆକାଶର 

ଜହ୍ନଟା ମୋତେ ଭାରି ସୁନ୍ଦର ଲାଗୁଛି

ଆଉ ସେ ଜହ୍ନରେ ତୁମ ହସ ହସ ସୁନ୍ଦର ଚେହେରାଟା

ତୁମ ଭାବନାରେ 

କିଛି ଲେଖିବାକୁ ମୋତେ ବାଧ୍ୟ କରୁଛି....!!

ତୁମକୁ ଦେଖିଲା ପରେ.......

ମୁଁ ପ୍ରତି ମୁହୂର୍ତ୍ତରେ ମୋ ନିଜକୁ

ପ୍ରେମ ଦୁନିଆଁରେ ହଜେଇ ଦେଉଛି

ଆଉ ପ୍ରତି ମୁହୂର୍ତ୍ତରେ ଖୋଜୁଛି କେବଳ ତୁମକୁ 

ତୁମକୁ ଦେଖିଲା ପରେ 

ମୁଁ ତୁମକୁ ଭଲ ପାଇ ବସିଛି.....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance