STORYMIRROR

Ansuman Swain

Romance Classics

4  

Ansuman Swain

Romance Classics

ସ୍ୱାର୍ଥ ସବାରୀରେ ନେତ୍ରଯୌବନା

ସ୍ୱାର୍ଥ ସବାରୀରେ ନେତ୍ରଯୌବନା

1 min
174


ଅଚିହ୍ନା ଅଜଣା ଶରୀର ଦେଖି

        ଚାଲିଗଲୁ ତୁହି ସଭିଙ୍କୁ ଠକି

ଯେଉଁଠୁ ହୋଇଲୁ ତୁହି ଜନମ

     ତାକୁ କରି ଦେଲୁ ସଦା ମଉନ 

କେମିତି ହବ ଆଉ ସିଏ ଖୁସି 

       ଅଚିହ୍ନା ଅଜଣା ଶରୀର ଦେଖି

       ଚାଲିଗଲୁ ତୁହି ସଭିଙ୍କୁ ଠକି.....।

ଥିଲା କେତେ ଆଶା ଥିଲା ଭରଷା 

         କ୍ଷଣିକରେ ତୁହି କଲୁ ନିରାଶା

ଇଏ କେଉଁ ପ୍ରେମ ଥିଲା ତୋହର

         ସଭିଙ୍କ ମୁଖରେ ଦେଲୁ ଜହର

କେମିତି ଭୁଲିଲୁ ତୋ ସାଙ୍ଗ ସାଥି 

           ଅଚିହ୍ନା ଅଜଣା ଶରୀର ଦେଖି

          ଚାଲିଗଲୁ ତୁହି ସଭିଙ୍କୁ ଠକି....।

ଯେଉଁ ହାତ ଧରି ଚାଲି ଶିଖିଲୁ 

      ସେଇ ହାତକୁ ତୁ ଆଜି ବାନ୍ଧିଲୁ

ଦୁନିଆ ଆଗରେ ହୋଇଲୁ ଛୋଟ

       ପାସୋରି ଗଲୁତୁ ସବୁ ସମ୍ପର୍କ 

କାହିଁକି ଦେଲୁ ଏତେବଡ଼ ଶାସ୍ତି 

          ଅଚିହ୍ନା ଅଜଣା ଶରୀର ଦେଖି

        ଚାଲିଗଲୁ ତୁହି ସଭିଙ୍କୁ ଠକି....।

ଯିଏ କହୁଥିଲା ତୁ ମୋ ନୟନ 

    କେମିତି ଭାଙ୍ଗିଲୁ ତାହା ସପନ 

ତୁ ଥିଲୁ ପରା ତାହାରି ସ୍ପନ୍ଦନ 

      କେମିତି ଭୁଲିଲୁ ପୁରୁଣା ଦିନ 

ହଜେଇ ଦେଲୁତୁ ସରଗ ଶଶୀ

       ଅଚିହ୍ନା ଅଜଣା ଶରୀର ଦେଖି

          ଚାଲିଗଲୁ ତୁହି ସଭିଙ୍କୁ ଠକି ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance