STORYMIRROR

Upendra prasad Mahala

Romance Classics

4  

Upendra prasad Mahala

Romance Classics

ହୃଦୟର ନାୟିକା ମୁଁ

ହୃଦୟର ନାୟିକା ମୁଁ

1 min
227



କେତେ ବେଳ ହେଲାଣି
ତୁମ ଫେରନ୍ତା ବାଟକୁ ଚାହିଁ
ଘର ଅନ୍ଧାରୀ କୋଣରେ 
ଜାକିଜୁକି ହୋଇ ବସିଛି ଏକା।
କାନ୍ଥ ଠଣାରେ ଦିକ୍ ଦିକ୍
ଜଳୁଥିବା ଦୀପର ଚେନାଏ 
ଅ।ଲୁଅ ଫିକା ଦିଶିଲାଣି ।
ଫୁଲଖଡି ଧରି ଅ।ଙ୍କି ଚାଲିଛି
ତୁମ ମନର କଳାଧଳା ମାନଚିତ୍ର 
ଘର ଚଟାଣରେ ।

ଜାଣେ, ମୋ ଇଚ୍ଛାମୁଣି ଭରି
ଦେବାକୁ ତୁମେ ପାରିହୋଇ
ଯାଇଥିବ ସାତ ସମୁଦ୍ର, ତେର ନଈ।
ବିଷାଦର କଳାମେଘ ପହଁରି 
ଖୋଜିଥିବ ବିଜୁଳି ଚମକ । 
ପରୀ ରାଇଜ ହାଟରୁ ଖୋଜି 
ଅ।ଣିଥିବ ଫୁଲଙ୍କ ଗହଣା ।
ପାଦ ଲାଗି ଅ।ଣିଥିବ
ରଜନୀଗନ୍ଧା ଝୁଣ୍ଟିଅ।, 
ଚମ୍ପାଫୁଲ ପାଉଁଜି, ଅଣ୍ଟାକୁ ରଂଗିଣୀ
ବାନ୍ଧେଣି, ବାହୁକୁ ଜୂଇଜାଇ 
କଙ୍କଣ ଓ ଶେଫାଳି ବାହୁଟି ।
ନାକ ଲାଗି ମାଳତି ଚିଡିଅ।,
କାନକୁ ଝୁମୁକା ଲତା,
କପାଳକୁ ଶ୍ବେତନାଲି ତରାଟ ବିନ୍ଦି।
ଗଳାକୁ ଅ।ଣିଥିବ ମଲ୍ଲିମାଳ ,
ଗଭାକୁ ରାଧାତମାଳ,ଗଜରାମାଳି।
ମଥା ଲାଗି ସୁଗନ୍ଧରାଜ, 
ରଜନୀଗନ୍ଧା ମୁକୁଟ।

ଜାଣେ, ତୁମେ ବାଟ ଭୁଲି ଯାଇଥିବ !!
କହିଥିଲି, ହାଟରୁ ସଉଦା ଅ।ଣି  
ସହଳ ଫେରିବ, ପିଲାଙ୍କ ଲାଗି 
ଅ।ଣିବ ଝୁଲାଏ ମିଠାସପନ ।
ଘରେ ନ ଥିଲା କାଣିଚାଏ ଚାଉଳ ।
ଦାରିଦ୍ର‌୍ୟର ମାନଚିତ୍ର ଦେଖି 
ଶୋଇଗଲେଣି କେତେବେଳୁ 
ମୋ ହାତ ଅ।ଉଁସା ନିଦରେ।

ଭାରି ଉଛର ହେଲାଣି ବେଳ।
ରାଣ ଦେଇଥିଲି ଜଲଦି ଅ।ସିବ,
ଚୁଲି ଜାଳି ରୋଷେଇ କରିଦେବି
ଖୁଦଚାଉଳର ନାଲି ଖିରୀ ଭାତ ।
ପିଲାଙ୍କୁ ଉଠାଇ ଖୁଅ।ଇ ଦେବ।
ମନେ ନାହିକି ରାଣ ପକାଇଥିଲି
ହଜିଯିବନି ଅଜଣା ବାଟରେ
ଖଟି, ଭାଟି କି ଅ।ଧୁନିକ,
ରଂଗଶାଳା ମତୁଅ।ଲା ବାରରେ
ରାତିଭିଡ଼ ଜମିଥିବା ବେଳେ।

ଅ।ଉ କେତେ ଅପେକ୍ଷାରେ
ବସିଥିବି ଜାଣେନି, ଶୁଭୁନି
ତୁମ ଅ।ସିବାର ପଦଧ୍ବନି
ଲିଭି ଅ।ସିଲାଣି ଠଣାରେ ଚେତନାର
ମ୍ଳାନ ଦୀପଶିଖା, ଟିକିଏ ପରେ
ମାଡି ଅ।ସିବ ଘନଘୋର ଅନ୍ଧାର ।
ନିଦ୍ରିତ ତାରାଙ୍କ ଅ।ଖିକୁ
ଢାଙ୍କି ଦେବ କଳାମେଘ !!

ଜଲଦି ଜଲଦି ପାହୁଣ୍ଡ
ପକାଇ ଅ।ସ । ପିଲାମାନେ
ଭୋକରେ ଅଛନ୍ତି। ପାହିଗଲେ ରାତି
ବାସି ହୋଇଯିବ ଫୁଲଶେଯ, 
ମଉଳିଯିବ ମନତଳ ଅ।ଶା।
ମୁହଁ ଶୁଖାଇ ଫେରିଯିବ ସମୟ
ଝର୍କାରେ ଯେବେ ଦିଶିବନି ବାଙ୍କୁଲି ଜହ୍ନ ।

ଅ।ସ, ମୁକୁଳା ରଖିଛି ଅ।ଜାହ୍ନୁଲମ୍ବିତ
ଘନକୃଷ୍ଣ କେଶ, ବାନ୍ଧିଦେବ।
ଶିରାଳ ହାତରେ ପିନ୍ଧାଇ ଦେବ 
ଫୁଲର ଗହଣା ଓ ରୂପେଲି ମୁକୁଟ ।
ମୁକୁଳାଇ ଦେବ ମିଛ ବନ୍ଧନରୁ
ତୁମ ରୁଗଣ ଭାବନାର ଅନ୍ଧାରରୁ ।
ସବୁଦିନ ଲାଗି ହୋଇଯିବି
ଅ।ଲୋକିତ ହୃଦୟର ପ୍ରିୟତମା, 
ଏକାନ୍ତ ତୁମର ।
ପ୍ରେମର ବନ୍ୟା ହେଇ ବହୁଥିବି 
ମନ ଅଗଣାରେ। ହୃଦ ମାନଚିତ୍ରରୁ 
ଧୋଇ ଯାବତୀୟ ବିଷାଦର ରଂଗ,
ଭରିଦେବି ଅ।କଣ୍ଠ ବିଶ୍ବାସ ।
ଘର ଚାଳରେ ଲଟଉଥିବ ଲାଉ ଡଙ୍କ,
ଘେରିଥିବ ସଜନାଗଛର ଛାଇ।
ବସି ବସି ନୀରବରେ ଶୁଣୁଥିବି,
ସୁରିଲା କଣ୍ଠରେ ତୁମେ ଗାଉଥିବ 

ବେସୁରା ଜୀବନର ଗୀତ !!

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance