STORYMIRROR

Upendra prasad Mahala

Abstract Classics Inspirational

3  

Upendra prasad Mahala

Abstract Classics Inspirational

ଜୀବନ ପାଇଁ ଦୌଡ

ଜୀବନ ପାଇଁ ଦୌଡ

1 min
403


ମହଣ ମହଣ ଓଜନର ଭାର

କିଏ ଲଦିଦେଇଛି କାନ୍ଧରେ

ନଇଁ ପଡିଛି କମର ଯାଏ ବେକ

ସିଧା ଠିଅ। ହେବାକୁ ଜୁ ନାହିଁ

ଟଳମଳ ପାଦ।


ଡ଼୍ରଇଂ ଖାତାରେ ଦୌଡୁଥିବା

ଅଙ୍କାବଙ୍କା ପେନସିଲ ଗାର ଭଳି

ସରୁ ସରୁ ଗୋଡହାତ ଲମ୍ବାଇ

କଙ୍କାଳସାର ଛବିମାନେ

ଦୌଡି ଯିବାକୁ ଉଦ୍ୟତ ।

ଧାଡିରେ ଅନେକ ଚାଲାକ 

ଠେକୁଅ।, ଅଭିନୟରେ ମାହିର,

କଇଁଛ ପିଠିରେ ବୋଝ।


ମନୋରଞ୍ଜନ ଲାଗି ଅ।ୟୋଜିତ

ଜୀବନ ପାଇଁ ଦୌଡ ପ୍ରତିଯୋଗିତା ।

ଖମ୍ବରେ ଉଡୁଛି ନାଲି ଅ। ପତାକା

କରତାଳିରେ ଉଛୁଳୁଛି ଖେଳପଡିଅ।,

ଜମିଛି ବହୁ ଦେଖଣାହାରୀଙ୍କ ଭିଡ।

ବାଜିଲାଣି ହୁଇସିଲ, ଦୌଡିବାକୁ ପଡିବ

ବୋହି ବୋହି ଦୁଃଖର ବୋଝ।


ହାରିଯିବା ଭୟ ଠେଲୁଛି ପଛରୁ

ବଢ, ଅ।ଗକୁ ବଢାଅ ପାଦ

ହାରିଗଲେ କେହି ବାନ୍ଧିଦେବେନି

ମୁଣ୍ଡରେ ବିଜୟ ଶିରୀପା

ଫୋପାଡିଦେବେ ଡଷ୍ଟବିନକୁ।

କେହି ପଚାରିବେନି ଜାତି ଇତିହାସ

ଲେଖିବାକୁ ଗୋତି ଶ୍ରମିକ ଭଳି

କେତେ ସଂଘର୍ଷ କରିଛ,

କେତେ ଲହୁଲୁହାଣ ହୋଇଛ,

ପଥର ବୋହିଛ କେତେ

ସ୍ବପ୍ନର ଅଟ୍ଟାଳିକା ଗଢିବାକୁ।

ମିଛ ଠେକୁଅ।କୁ ପଚାର କେମିତି

ଶିଖିଲା ଠକିବା ଅଭିନୟର କଳା।

କଇଁଛକୁ ପଚାର ସେଦିନ

ସତରେ କଣ ଜିତିଥିଲା ବାଜି

ଠେକୁଅ। ବାଟରେ ଶୋଇପଡିଥିବା

ବେଳେ ଜୀବନ ଦୌଡରେ ।

ବିଚାରା କଇଁଛ !!


ଡ୍ରଇଂଖାତା ଛବିରେ ନ ଥାଏ

ଜୀବନ। ନା ସେ ହାରେ

ନା ଜିତେ ସତ ଦୌଡରେ !!

ରାତାରାତି ସହରରେ ସୁଉଚ୍ଚ

ଅଟାଳିକା ମୁଣ୍ଡ ଟେକୁଥାଏ।

ରାସ୍ତାକଡ, ପଲିଥିନ ତଳେ

ପଡିଥାଏ ସର୍ଜନାର କାରିଗର

ଛାତିରେ ଭରି ଭୋକର ଜୀବନ

ଅଭିନୟ କଳା ଶିଖିପାରିନି ବୋଲି।

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract