STORYMIRROR

Upendra prasad Mahala

Abstract Horror Inspirational

3  

Upendra prasad Mahala

Abstract Horror Inspirational

ଅନ୍ଧାରୀ ମୂଲକ

ଅନ୍ଧାରୀ ମୂଲକ

2 mins
245


ଅନ୍ଧାରୀ ମୂଲକରେ ଅନ୍ଧ ଜୀବନ
ମେଘ ଅନ୍ଧାର ରାତିରେ ଗାଁ ମୁଣ୍ଡ 
ମଶାଣିରେ ଜୁଇ ନୁହେଁ, ଜଳିଉଠେ
ଏନ୍ତୁଡିର ନିଆଁ, କେହି ପିଲା ରଙ୍କୁଣୀ
ଦୁଇଗୋଡ ଲମ୍ବାଇ ବସି ରହି ମୃତ
ଶିଶୁର କଅଁଳ ଦେହକୁ ଶେକୁଥାଏ। 

ଜେଜେମାଙ୍କ କଡ଼ା ଆକଟ ପିଲାଙ୍କୁ
ସେ ନିଆଁ ଆଡେ ଅନେଇବା ମନା, 
ଚମକିଗଲେ ବେମାର ପଡିବା ଭୟ,
ସେ ନିଆଁ କିମିଆ କରେ ଆଖିକୁ,
ମାୟା ରଚେ ଅନ୍ଧାର ରାତିରେ। 

ଗର୍ଭବତୀ ଅବସ୍ଥାରେ କାହାରି ଯଦି
ମୃତ୍ୟୁ ଘଟେ ସେ ଡାହାଣୀ ସାଜେ 
ମଶାଣିରେ ଏନ୍ତୁଡି ନିଆଁ ଜାଳି ଶେକ
ଦେଇ ପିଲାକୁ ଜଗି ବସିଥାଏ !!
କିଏ ପରିକଳ୍ପନା କରିଥିଲା କେଜାଣି
ଡାହାଣୀର ଏମିତି ବିଚିତ୍ର ରୂପ !!

ଆଲୋକ ଦୂରକରେ ଭୟ ଓ ଅଜ୍ଞାନତା  
କିନ୍ତୁ ଦୂର-ଆଲୋକ ରାତିରେ ଡରାଏ।
ଫସଲ ଜଗି ଯାଇଥିବା ଲୋକେ ଦେଖନ୍ତି,
ବୃତ୍ତାକାର ଭଳି ଦୂର ଗାଁଗଣ୍ଡା, ଯେଉଁଠି
ଡିବିରି, ଲଣ୍ଠନ ଆଲୁଅର ଭ୍ରମ ତୋଳି
ଅନେକ ରହସ୍ୟମୟ ଜ୍ୟୋତି ଜଳୁଥାଏ !!
ଅନ୍ଧାର ଆହୁରି ବେଶି ଡରାଏ ଆଖିକୁ
ଅଧରାତିରେ ଡାହାଣୀମାନେ ଆସନ୍ତି
ଚରିବାକୁ ଅପନ୍ତରା ଜାଗା, କଳା ବିରାଡି
ପରି ଦୁଇ ଆଖି ଜଳୁଥାଏ, ଊର୍ଦ୍ଧ୍ବକୁ ଗୋଡ
ଟେକି ହାତରେ ଚାଲୁଥାଏ ଛାଇଟିଏ !! 

ଅନ୍ଧାରୀ ମୂଲକର ସେ ଛବି ଏଯାଏ
ବଞ୍ଚିଛି ମଣିଷ ଅବଚେତନ ମନରେ।
ଶିକ୍ଷା, ବିଜୁଳି, ପାଣି ଅପହଞ୍ଚ ଦୁର୍ଗମ
ଗାଁରେ ବଦଳିନି ମଣିଷର ଜୀବନଧାରା।
ମୁଖ୍ୟ ସ୍ରୋତକୁ ଆସିନି ଶହଶହ ଗାଁଗଣ୍ଡା
ଭରିଛି ଅଜ୍ଞାନ ଅନ୍ଧାରର ବ୍ୟାପକତା
ଅନ୍ଧବିଶ୍ବାସ ସାଜିଛି ସାମାଜିକ ସମସ୍ୟା।
ଘଟୁଛି ଡାହାଣୀ ସନ୍ଦେହରେ ହତ୍ୟା,
ମହିଳାଙ୍କୁ ଦିଆଯାଉଛି ନାନା ନିର୍ଯାତନା,
ଅସହାୟ ବିଧବାଙ୍କୁ ନିଶାଚରୀ ଆଖ୍ୟା
ଦେଇ କରାଯାଉଛି ଯୌନ ଶୋଷଣ।
'ଡାହାଣୀ ସନ୍ଦେହ' କଥା କହି ଆଇନ
ଆଖିରୁ ଖସିଯିବା ସକାଶେ ଅନେକ
ଘଟାଉଛନ୍ତି ଜଘନ୍ୟ ଅପରାଧ। 
କେହି ଖୋଜୁ ନାହାନ୍ତି ଡାହାଣୀ ହତ୍ୟା
ପଛରେ ଲୁଚିଥିବା ରହସ୍ୟ । ବିସ୍ମୟ
ଆଲୁଅ ଭଳି ବିଭିନ୍ନ ଧର୍ମ, ସଂସ୍କୃତି,ଜାତି
ଭିତ୍ତିରେ ଜନମାନସରେ ବସା ବାନ୍ଧିଥିବା
କୁସଂସ୍କାରର ବୈଜ୍ଞାନିକ କାରଣ।

ସହର ମାଟିରେ ବି ଜଳଜଳ ଦିଶୁଛି 
ଅନ୍ଧାରୀ ମୂଲକର ଅନ୍ଧ ମାନସିକତା। 
ପତ୍ନୀଙ୍କୁ ମାରି ଦେହକୁ ଖଣ୍ଡ ଖଣ୍ଡ କରି 
କାଟି ଫ୍ରିଜରେ ସାଇତି ରଖାଯାଉଛି !
ବଳାତ୍କାରୀଙ୍କ ଲୋଲୁପ ଦୃଷ୍ଟିର ବର୍ତ୍ତି 
ପାରୁ ନାହାନ୍ତି ଅସହାୟ ନାବାଳିକା।
ବଢୁଛି କନ୍ୟାଭ୍ରୂଣ ହତ୍ୟା, ସୁପାରୀ,
ଅନର କିଲିଂ ଓ ପାରିବାରିକ ହିଂସା ।
ବଳି ପଡୁଛନ୍ତି ସଭ୍ୟ ସମାଜର ମହିଳା।
ବସ୍ତି ଇଲାକା ପାଲଟିଛି ଅପରାଧୀ,
ଚୋରା ବେପାରୀଙ୍କ ଆଡ୍ଡାସ୍ଥଳୀ ।
ଚତୁରତାର ସହ ମହିଳାଙ୍କୁ ସାମିଲ
କରାଯାଉଛି ଅପରାଧ ସାମ୍ରାଜ୍ୟରେ।
ଆଲୋକର ଦୁନିଆରେ ଦେଖିବାକୁ
ମିଳୁଛି ଘୋର ଅନ୍ଧାରୀ ମୂଲକର ଚିତ୍ର।
ରାସ୍ତାରେ କାଳି ବିଲେଇ ଯିବା ଦେଖିଲେ
ଅଟକି ଯାଆନ୍ତି ବାଟୋଇ, ଗାଡି ଚାଳକ,
ପେଚା, କଳା ପ୍ରଜାପତି ଦେଖିବା ଅଶୁଭ
ଆଖିପତା ଡେଇଁବା, ଝିଟିପିଟି ଖସିବା
ସୂର୍ଯୋପରାଗ ଓ ଚନ୍ଦ୍ର ଗ୍ରହଣକାଳୀନ 
ଅଶୁଭ ଶୁଭ ବିଚାର ଚଂଲିଛି ସବୁଠି।
ଧର୍ମପୀଠରେ ମାନସିକ ପୂର୍ତ୍ତି ଲାଗି
ପଶୁପକ୍ଷୀ ବଳି, ତନ୍ତ୍ରମନ୍ତ୍ରରେ ପୂଜା,
କୁସଂସ୍କାର, କୁପ୍ରଥାର ବ୍ୟାପକତା 
ଗ୍ରାସିଛି ଅନ୍ଧାରୀ ମୂଲକଠାରୁ ବଳି 
ସାମାଜର ମାନସିକତା, ପ୍ରାଣସତ୍ତା।



Rate this content
Log in

Similar oriya poem from Abstract