STORYMIRROR

Kishore Nayak

Abstract

4  

Kishore Nayak

Abstract

ନିଜ ଗୋଡ଼େ ନିଜେ ହୋଇବା ଠିଆ

ନିଜ ଗୋଡ଼େ ନିଜେ ହୋଇବା ଠିଆ

1 min
239


ନିଜ ଗୋଡ଼େ ନିଜେ ହୋଇବା ଠିଆ 

ଅନ୍ୟର ହୁକୁମ୍ ଶୁଣିବା କିଆଁ? 


ଅନ୍ୟ ପାଖେ ମଥା କରିଣ ନତ 

କାହିଁକି ସହିବା ତା'ର ଉଦ୍ଧତ?


ଆମ ଦେହେ ଅଛି ଅସୀମ ବଳ 

ଲଙ୍ଘିବା ଆକାଶ ସାଗର ଜଳ ll


ପାଠ ପଢି ଆମେ ହାକିମ ହେବା 

ସାମ୍ୟ ସମାନତା ଆମେ ଆଣିବା ll


ନିଜ ମୁଣ୍ଡେ ନିଜେ ଖଟାଇ ବୁଦ୍ଧି 

ବଢାଇବା ଆମ ଜ୍ଞାନ ପରିଧି ll


ଅନ୍ୟାୟ ଅନୀତି କ୍ରୁର ଶୋଷଣ 

ହଟାଇବା ଏଠୁ ଯେତେ କଷଣ ll


ଆମ ସ୍ୱାଭିମାନ ଆମ ସମ୍ମାନ 

ଅନ୍ୟ ପାଖେ କାହିଁ କରିବା ନ୍ୟୁନ?


ଆମେ ଗଢିବା ଆମ ଜୀବନ ପଥ 

ଅନ୍ୟ ପାଖେ କାହିଁ ହୋଇବା ନତ?


ଆଳସ୍ୟ ନହୋଇ କର୍ମଠ ହେବା 

ସୁଖ ସମୃଦ୍ଧିର ଦେଶ ଗଢିବା ll


ଆତ୍ମ ମର୍ଯ୍ୟାଦାର ଅଧିକାରରେ 

ସଭିଏଁ ବଞ୍ଚିବା ସୁଖ ଶାନ୍ତିରେ ll


ଆମ ପରିଚୟ ଇଜ୍ଜତ ମାନ 

ଆମର ଗରବ ଆମ ଜୀବନ ll


ଆସରେ ଆସ 

ସିଂହ ସମ କରି ଚଳଣି ବେଶ, 


ଜ୍ଞାନ କୁଶଳରେ ଫୁଲାଇ ହିଆ 

ନିଜ ଗୋଡ଼େ ନିଜେ ହୋଇବା ଠିଆ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract