STORYMIRROR

Dharitri Das

Abstract

4  

Dharitri Das

Abstract

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
154


ଶ୍ରାବଣ ପୂର୍ଣ୍ଣିମା ବଳଦେବ ଜନ୍ମ

    ରାକ୍ଷୀ ପୂର୍ଣ୍ଣିମା ତା ନାମ

ଗହ୍ମା ପୂର୍ଣ୍ଣିମା ବି ବୋଲନ୍ତି ଜଗତ

      ଏକଥା ନୁହଁଇ ଭ୍ରମ।

ପ୍ରତି ଘରେ ହୁଏ ରକ୍ଷା ବନ୍ଧନର

      କାର୍ଯ୍ୟକ୍ରମ ବରାବର

ଫୁଲ ଚନ୍ଦନରେ ସଜାଇ ଭାଇଙ୍କୁ

      ବନ୍ଦାଇ ଭଉଣୀ ତାର।

ଦୀର୍ଘାୟୁ କାମନା କରିଥାଏ ପୁଣି

      ମନରେ ଆନନ୍ଦ ଭରି

ଶ୍ରଦ୍ଧାର ବନ୍ଧନ ଭାଇ ଭଉଣୀଙ୍କ

     କିଏ ହେବ ତାହା ସରି।

ବଦଳରେ ଭାଇ ହୋଇବଟି ସାହା

      ସର୍ବଦା ଦୁର୍ଦ୍ଦିନ ବେଳେ

ଏହି ଆଶା ରଖି ଭଉଣୀ ତାହାର

   ରାକ୍ଷୀ ବାନ୍ଧେ କାଳେକାଳେ।

ଚିରନ୍ତନ ସତ୍ୟ     ପୁରାତନ ପର୍ବ

       ରକ୍ଷା ବନ୍ଧନଟି ଜାଣ

ଗୋପୂଜନ କରି ମାଟି ଚେକା ଆଣି

        ଗୁହାଳେ ପକାନ୍ତି ପୁଣ।

ପହିଲେ ଚକୁଳି ଗୋମାତାଙ୍କୁ ଦେଇ

      ଶିଙ୍ଗରେ ପିନ୍ଧାଇ ରାକ୍ଷୀ

ହରଷିତ ହୋଇ   ପାଳିଥାନ୍ତି ସର୍ବେ

       ମହା ଆନନ୍ଦରେ ସଖି।

ତୁଳସୀ ଦୟଣା   ଦେଇ ମୁଁ ଗଢ଼ିଛି

      ରାକ୍ଷୀ ତିନିଗୋଟି ଦେଖ

ତିନି ଠାକୁରଙ୍କ   ହାତରେ ପିନ୍ଧାଇ

      ସର୍ବଦା ଲଭିବି ସୁଖ।

ଆସ ଆସ ସର୍ବେ ସ୍ନେହ ବନ୍ଧନରେ

       ସଭିଙ୍କୁ ବାନ୍ଧି ରଖିବା

ଶରଧା ରୂପକ ରାକ୍ଷୀର ବନ୍ଧନେ

   ପରସ୍ପର ଯୋଡି ହେବା।     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract