ଆସ ବଞ୍ଚାଇବା ଅଛିଯାହା ଅବଶେଷ
ଆସ ବଞ୍ଚାଇବା ଅଛିଯାହା ଅବଶେଷ
ଅକାତରେ ଦାନ ଧର୍ମ କରିବା ପାଇଁ
ମଣିଷ ମନରେ, କ୍ଷୁଧାର “ଜୁଆର
ଉଠେ” କରେ ହାଇଁ ପାଇଁ ।
ସଂଗ୍ରାମ କରି ବଞ୍ଚିବା ପାଇଁ ଶକ୍ତି,
ନାହିଁ ତ ତାହାର ହଜିଛି ଅତିତ ସ୍ମୃତି,,
ସତେକି ଆସିବ ଫେରି / ସୁପ୍ତ ଗୈାରବ,ଲୁପ୍ତ ସୈାରଭ
ଉଠିବ ଦିଗନ୍ତ ଭରି,
ଦୁଃଖ କାହାଣୀ ଗାଥା / ବଖାଣି ବି କିବା
ଲେଖିବାକୁ ମୋର ଲେଖନୀ କରଇ ଚିନ୍ତା ।।
କାଶ୍ମୀର ଠାରେ ଉଗ୍ରପନ୍ଥୀ ର ମେଳା
ଭୂ-ସ୍ଵର୍ଗ ଯହିଁ ଶବ ଖେଳେ ଲୋଳେ
ଛୁଟେ ଖାଲି ଗୁଳି ଗୋଳା,
ପଞ୍ଜାବ କେଶରୀ ରଣଜିତ ସିଂହ ମାଟି
ବାହୁନି କାନ୍ଦେ ସନ୍ତ୍ରାସବାଦୀ ଧରିଛି ତା ମଥା ଚୁଟି
ରାମ,ଆଲ୍ଲା ଅଯୋଧ୍ୟାରେ / ଅଜବ ଯୁନ୍ଧ
ଇଏ କି ଶୁଦ୍ଧ ଇତିହାସ ରଚିପାରେ
ନିସ୍ଵ ମରଇ ଏଠି / ଆଗାମୀ ଦିନର
ସପନ ନିରବେ ସମାଧି ନିଅଇ ସେଠି ।।
ସନ୍ତ୍ରାସବାଦୀ ହେଉ ବା ଉଗ୍ରବାଦୀ
ମଣିଷ ସାଜିଛି,ମଣିଷ ହୋଇଛି
ମଣିଷ ର ପ୍ରତିବାଦୀ ।
ଗୁମୁରି ଉଠଇ ମଣିଷ ମନର କ୍ଳେଶ,
ଦୈନ,ଯାତନା ଭରିଯାଏ ଦଶଦିଶ,,
ବଞ୍ଚିବା କେମିତି କୁହ / କାନ୍ଦେ ଜନନୀ
ମା ମାତୃଭୂମି ରସ ଶୂନ୍ୟ ଧରାମୟ
ବି-ବର୍ଣ୍ଣ, ବିଷର୍ଣ୍ଣ ବେଶ / ଏଇକି କଳ୍ପିତ
ଭାରତ ବର୍ଷ, ବିଶ୍ଵ ଗୁରୁର ଦେଶ ।।
ଶୂନ୍ୟ ଆକାଶେ ଶକୁନ ରଚଇ ଲୀଳା
ବୃକ୍ଷ କ୍ରୋଟରେ ଲୋଲୁପ ଦୃଷ୍ଟିରେ
ପେଚକ କରଇ ଖେଳା ।
ଡେଇଁ ବୁଲୁଛନ୍ତି ଶ୍ଵାନ ଓ ଶୃଗାଳ ଦଳ
ଦିଶେ ଖାଲି ଆହା ନର ରୂପ ତଳ
କଂକାଳ ମାଳ ମାଳ ।
ଦୁର୍ଗମ ଏଇ ପଥ / ମଣିଷ ମନର
ନଗ୍ନ କାମନା କରେ ତାକୁ କଳଙ୍କିତ
ସ୍ଵାର୍ଥ କାମନା ବିଷ / ଜାଳି ପୋଡ଼ି ଦିଏ
ଆସ ବଞ୍ଚାଇବା ଅଛି ଯାହା ଅବଶେଷ ।।
(୧୯୯୨ ରେ ଆକାଶବାଣୀ କେଉଁଝର କେନ୍ଦ୍ର ରୁ ପ୍ରସାରିତ)
