ଯୁଗ ପୁରୁଷ ଅଟଳ
ଯୁଗ ପୁରୁଷ ଅଟଳ
ଅଟଳ ଅଟଳ ନାମ ଧରିଅଛ
ଅଟଳଟି ହେଲା କଥା,
କହିଥିଲତୁମେ ବଡପାର୍ଟି ହେବ
ବିଜେପି ପାର୍ଟିର କଥା।
ବଡ଼ପାର୍ଟୀ ହୋଇ ଶାସନ କରିବ
ପବିତ୍ର ଦେଶରେ ଏହୁ,
ପ୍ରେମ ନିସ୍ବାର୍ଥରେ ଜନତା କଲ୍ୟାଣ
କରିବ ବିଜେପି ବହୁ।
ଜନଙ୍କ ରତନ ତୁମେ ମହାବାହୁ
ପାର୍ଟିର ରତନ ତୁମେ,
ଦେଶର ଗୌରବ ତୁମେ ମହାବାହୁ
ଜନଙ୍କ କଳ୍ପନା ତୁମେ।
ତୁମରି କଳ୍ପନା ପୁରା କରୁଛନ୍ତି
ତୁମଶିଷ୍ୟ ପରାମୋଦି,
ଦେଶର ଗୌରବ ସ୍ଥାପିତ ବିଶ୍ବରେ
ପ୍ରୀୟଶିଷ୍ୟ ତୁମମୋଦି।
ପୂରଣା ସମସ୍ୟା କରିଦେଲେ ଦୂର
ଦେଶର ଉନ୍ନତି ପାଇଁ
ଆତ୍ମବିଶ୍ୱାସର ବିଶ୍ବାସ ଭରିଲେ
ଆତ୍ମନିର୍ଭରର ପାଇଁ।
ବିଚ୍ଛିନ୍ନାଚଳ ର ପବିତ୍ର ଭୂମିରୁ
ଦେଉ ଅଛୁ ଶ୍ରଦ୍ଧାଞ୍ଜଳି
ତୁମରି କବିତା ତୁମରି ଆଦର୍ଶ
ହେଉଜନେ ଜପମାଳି।
କୋଟି ପ୍ରଣିପାତ ଚରଣେତୁମର
ଜନ୍ମ ଜୟନ୍ତିରେ ଆଜି,
ଗର୍ବିତ କରୁଛି ତୁମ ସରକାର
ମାନ୍ୟତା ବିଶ୍ବରେ ଆଜି।
