STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୀର୍ଷକ (ଥିଲା କିପରି ଏବେ କିପରି)

ଶୀର୍ଷକ (ଥିଲା କିପରି ଏବେ କିପରି)

1 min
383


ରାଜନୀତି ତନ୍ତ୍ରୁ ଅନ୍ୟାୟର ବୃଦ୍ଧି

ବୁଝି ଗଲେ ଜନଜନ

କିପରି ସାହାଯ୍ୟ କରୁଥିଲା ତନ୍ତ୍ର

ଅନ୍ୟାୟୀଙ୍କ ପରି ଜନ !!

ରାଜ ନୀତି ତନ୍ତ୍ରୁ...............


ନିଜ ଲାଭ ପାଇଁ ଉନ୍ମାଦ ସମସ୍ତେ

ନର ହତ୍ୟା ସାଧାରଣ

ଲାଭ ରାଜନୀତି ପାଇଁ ସବୁ ଖେଳ

ନେତାରେ ଗୁଣ୍ଡା ଶରଣ୍ !!

ରାଜ ନୀତି ତନ୍ତ୍ରୁ................


କିପରି ଟି ଥିଲା ଶାସନ ବ୍ୟବସ୍ଥା

କିପରି ରେ ରାଜନେତା

ଗୁଣ୍ଡାଙ୍କର ଥିଲା ସାମ୍ରାଜ୍ୟ ଦେଶରେ 

ଜାଣିଲେ ଏବେ ଜନତା !!

ରାଜ ନୀତି ତନ୍ତ୍ରୁ ..................


ଦୀର୍ଘ ବର୍ଷ ପରେ ଆସିଛି ସମୟ

ଅମୃତ କାଳର ରୂପେ

ବିଶ୍ବରେ ଗୁଞ୍ଜୁଛି ଭାରତ ସୁନାମ

ଜନତା ଗର୍ବିତ ଆପେ !!

ରାଜ ନୀତି ତନ୍ତ୍ରୁ....................


ଡରେ ଭ୍ରଷ୍ଟାଚାରୀ ନ୍ୟାୟର ଶାସନେ

ବସି ଘରେ କାନ୍ଦୁ ଅଛି

ଗୁଣ୍ଡା ର ତାଣ୍ଡବ ଦୂର ହେଉ ଅଛି

ଜନତା ଗର୍ବ କରୁଛି !!

ରାଜ ନୀତି ତନ୍ତ୍ରୁ...................., 


ଆତ୍ମନିର୍ଭରର ମନ୍ତ୍ର ଗୁଞ୍ଜୁ ଅଛି

ଆତ୍ମବିଶ୍ବାରେ ଯୁବା

ଆବିଷ୍କାର କ୍ରୀତି ବିଶ୍ବେ ଗୁଞ୍ଜୁ ଅଛି

ଏହୁତ ଗୌରବର ବା !!

ରାଜ ନୀତି ତନ୍ତ୍ରୁ..................


ସମୟ ଆସିଛି ସ ମ ୟ ଉତ୍ତମ 

ଅମୃତ କାଳ ଏ ବେଳା

ଶାନ୍ତିର ସନ୍ଦେଶ ଦେଉଛି ବିଶ୍ବକୁ 

ସଂସ୍କୃତି ସଂସ୍କାର କଳା !!

ରାଜ ନୀତି ତନ୍ତ୍ରୁ.................


ସନାତନୀ ଦେଶ ସମାନ ନଜର

ନାହିଁ ଟି ହିଂସା କପଟ

ବିଶ୍ବକୁ ଭାବେ ଏ ପରିବାର ନିଜ

ସଂସ୍କାରେ ପ୍ରୀତି ପ୍ରକଟ !!

ରାଜ ନୀତି ତନ୍ତ୍ରୁ.................


ଦେଶର ପ୍ରଧାନ କରନ୍ତି ପୂଜନ

ଶ୍ରମିକ ଜନଙ୍କୁ ଯହିଁ 

ସତ୍ୟ ଅହିଂସାର ପବନ ବହୁଛି

ଭାରତବର୍ଷ ଟି ତହିଁ!!

ରାଜ ନୀତି ତନ୍ତ୍ରୁ................


ରାମରାଜ୍ୟ ପରି ଶାସନ ଦେଶର

ନାହିଁ ଭେଦଭାବ ଏଠି

ଡିଜିଟାଲ ଦ୍ବାରା ଶାସନ ବ୍ୟବସ୍ଥା

ଭୟ ଭ୍ରାନ୍ତି ଗଲା ଉଠି !!

ରାଜ ନୀତି ତନ୍ତ୍ରୁ................


ଗର୍ଜୁଛି ସୈନିକ ଦେଶ ସୁରକ୍ଷାରେ

ରାଷ୍ଟ୍ରୀୟତା ଗୁଞ୍ଜୁ ଅଛି

ସବୁ କ୍ଷେତ୍ରେ ପରା ଉନ୍ନତି ଅମ୍ଵାର 

ବ୍ରହ୍ମାଣ୍ଡେ ନାମ ଗୁଞ୍ଜୁଛି !!

ରାଜ ନୀତି ତନୁ.................


ଜନତା କଲ୍ୟାଣେକଲ୍ୟାଣେ ଯୋଜନା ନିର୍ମିତ

ଖୁସି ଉତ୍ସାହିତ ଜନ

ପ୍ରଗତି ପଥରେ ବଢୁ ଅଛି ଦେଶ

କର୍ତ୍ତବ୍ୟ ମାର୍ଗଟି ଧନ !!

ରାଜ ନୀତି ତନ୍ତ୍ରୁ...............


ସତ୍ୟ ଧର୍ମ ତ୍ୟାଗ ସଂସ୍କାର ଆସିଛି 

ଗୁଞ୍ଜୁ ଅଛି କୃଷ୍ଣ ରାମ

ଭକ୍ତି ପ୍ରେମ ଶ୍ରଦ୍ଧା ଅଙ୍କୁରିତ ରାଷ୍ଟ୍ରେ

ରାବ୍ ଏବେ ପ୍ରଭୁ ରାମ !!

ରାଜ ନୀତି ତନ୍ତ୍ରୁ..............


ଥିଲା କିପରି ଟି ଏବେ କିପରି ତା

ଜନତା ଦେଖୁଛି ସବୁ

ଗ୍ରାମୀଣ ଭାରତ ଉନ୍ନତି ହେଉଛି 

ଗାଆଁ ରେ ସୁବିଧା ବାବୁ !!

ରାଜ ନୀତି ତନ୍ତ୍ରୁ.................




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract