STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ମାତୃ ପୂଜା

ମାତୃ ପୂଜା

1 min
270


ଦଶ ମାସ ଦଶ ଦିନ ଯିଏ ସହି ବେଦନା

ସେହି ମାଆ ପୂଜା କରିବାକୁ ମୋ ପାର୍ଥନା

ମରିଗଲା ପରେ ବେଣା ମୁଣ୍ଡେ ନଦେଇ

ବଞ୍ଚିଥିଲା ବେଳେ ସାହା ରାହା ଆହା ହୋଇ 

ଜୀବନ ଥିଲାଯାଏ ମାଆ ପୂଜା ଅଭ୍ୟର୍ଥନା

ମନ ଓ ହୃଦୟେ ମାଆ ପାଇଁ ଚୈତନ୍ୟ ଚେତନା

ପୃଥିବୀ ଆକାଶ ନଈ ପର୍ବତ ଜଙ୍ଗଲ ମାଆ

ଦେଖାଶୁଣା କଲେ ଭାଗ୍ୟ ବିଧାତା ହେବେ ସାହା

ଗୋମାତା ସୁରକ୍ଷା ଗୋସେବା ହେଉ ଧର୍ମ ଭାବନା

ଅନେକ ମିଳିବ ଅନେକ ଯିବ ମା ସମ କିଏ କୁହନା

ପଣତ ତାହାର ମନ୍ଦିର ନେତ ନୀଳଚକ୍ରବାନା

ତା ମନର ଭାଷା ବୁଝିବାକୁ ଥରେ ପଛକୁ ଅନା

ନିଶ୍ଚୟ କୃପା ମିଳିବ ସବୁ ଦେଖୁଥାନ୍ତି କାଳିଆ ସୁନା

ମାତୃହରା ଯିଏ ବୁଝିପାରିଥାଏ ମାଆ ବିଚ୍ଛେଦ ସିନା

ଆଜି କଥା କାଲିକୁ ନାହିଁ ଏକଥା ସତ ସୁମନା

ଥିଲା ବେଳେ ମାଆ ଦୁଃଖେ ସୁଖେ ଚଳିଲେ ନବୀନା

ମାତୃ ପୂଜା କଲେ ଜୀବନେ ଧନ୍ୟା ଆଦର୍ଶମନା 

ସେଇ ସ୍ନେହ ସୁଧା ଅମୃତ ମଣୋହି ପାଇ ହୁଏନା

ମାଆ ନାମେ କାଳୀ ଲଷ୍ମୀ ଦୁର୍ଗା ଗଙ୍ଗା ପବିତ୍ରମନା

ତାଙ୍କ ପୂଜା ବଳେ ଅକର୍ମରେ କର୍ମ ମିଳଇ ସିନା

ନଦୀ ଦିଏ ଜଳ ସମୁଦ୍ର କୂଳ ଶାଶ୍ୱତ ଚେତନା

ମାଆ ପକ୍ଷୀଟିକୁ ବିଶ୍ଳେଷଣ କଲେ ପଡଇ ଜଣା

ନିଜ ମାଆ ସନ୍ତାନ ପାଇଁ ଶୀତଳ ଚନ୍ଦନମନା

ସାବିତ୍ରୀ ପାର୍ବତୀ ଚଣ୍ଡୀ ମଙ୍ଗଳା ପୂଜା ଉଚିତ ଘେନା

ମାଆମନସ୍କ ହୁଏ ଯେ ମଣିଷ ଉଡାଏ କୀର୍ତ୍ତି ବାନା

ନଥାଏ ରୋଗ ଋଣ ଦୁର୍ଯୋଗ ବିଡମ୍ବନା

ସବୁ ଝିଅ ବୋହୁ ନାରୀ ମମତାମୟୀ ଲଳନା

ମାଆ ରୂପେ ପୂଜି ଉଡାଇବା ସୌଭାଗ୍ୟ ବାନା

ଜଗନ୍ନାଥଙ୍କ ଠୁ ଶିକ୍ଷା ଗ୍ରହଣ କର ସୁମନା

ଜନନୀ ଭଗିନୀ ପ୍ରଣୟିନୀ ପୂଜା ଭିର୍ନ୍ନ ରୂପେ ବନ୍ଦନା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract