STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଚନ୍ଦନ ଯାତ

ଚନ୍ଦନ ଯାତ

1 min
277

ଶ୍ରୀକ୍ଷେତ୍ର ର ନାଥ ନୀଳଗିରି ନାଥ

   ନୀଳାଚଳ ଧାମେ ବସି

  ଭିଆଇଛି ବାରମାସେ ତେର ଯାତ

  ଓଡିଆ ର ପର୍ବ ପର୍ବାଣୀ ସହିତ

   ତା'ର ନୀତି କାନ୍ତି ହୋଇଛି ଜଡିତ

   ଦେବ ମାନବଙ୍କ ଚଳଣି ଏ ଦେଶେ

    ଭିନ୍ନାଭିନ୍ନ ନୁହେଁ ତ

   ଏ କୋଟି ବ୍ରହ୍ମାଣ୍ଡର କାଳିଆ ସାଆନ୍ତ

   ମର୍ତ୍ତ୍ୟ ବୈକୁଣ୍ଠ ଏ ଲୀଳା କ୍ଷେତ୍ର

   ଏ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ର

   ବୈଶାଖେ ପାଳେ କାଳିଆ

      ତା'ର ଚନ୍ଦନ ଯାତ ।


   ଭକତ ମେଳେ ରହି

  ଘଣ୍ଟ ଘଣ୍ଟା ଖୋଳ କାହାଳୀ ବଜାଇ

   ବାସ ଚନ୍ଦନ ଅଗୁରୁ ଦେହେ ଲଗାଇ

    ନନ୍ଦା ଭଦ୍ରା ନାବ ଦୁଇ ନେଇ

   ନରେନ୍ଦ୍ର ରେ କାଳିଆ ଠାକୁର ମୋ

   ମଧୁସୂଦନ ବେଶେ ଚାପ ଖେଳଇ

   ସେ ମନମୋହନ ସେ ମଧୂସୁଦନ

     ଚାପେ ଦେଲେ ଦର୍ଶନ

   ମିଳଇ କୋଟି ଜନ୍ମର ପୁଣ୍ୟ

  ନରେନ୍ଦ୍ର ର ଜଳେ ହୋଇ ଚନ୍ଦନ ଚର୍ଚ୍ଚିତ

    ଚାପ ଖେଳନ୍ତି ମୋ ପ୍ରଭୁ ଜଗନ୍ନାଥ

  ପ୍ରଚଣ୍ଡ ରୌଦ୍ରତାପୁ ହେବାକୁ ପ୍ରଶମିତ

  ପ୍ରଭୁ ଙ୍କର ସୃଷ୍ଟି ଏ ଚନ୍ଦନ ଯାତ

  କେଡେ ସୁନ୍ଦର ଏ ଯାତ

   ଭକ୍ତି ଭାବରେ ଭକ୍ତ ହୁଅନ୍ତି ବିମୋହିତ ।


   ସୁବାସିତ ସୁଶୀତଳ ଜଳେ ପ୍ରଭୁ

     କ୍ରୀଡା କରନ୍ତି ଯେମନ୍ତ

   ଯମୁନା କୂଳରେ କେଳୀ କଲା 

   ବେଳର ଦୃଶ୍ୟ ସତେ ଅବା ଭୁଲିନି କି

     ଆମ କଳା ସାଆନ୍ତ

   ଦ୍ଵାପର ଯୁଗରେ ଯେପରି

    କାଳିଆ କାହ୍ନୁ ଥିଲା 

   ଗୋପ ଗୋପୀ ମେଳେ ତ

   ଭକତ ମେଳରେ ଥାଇ

     ଆମ କଳା ସାଆନ୍ତ

    କରି ଜଳ କ୍ରୀଡା

     ନାବେ ବସି କାଳିଆ

   ରଚିଛି ସେ ଏ ଚନ୍ଦନ ଯାତ

     ସେ ଭକ୍ତ ପରାଣ ମିତ

   ଭାବର ଠାକୁର ସେ

   ଭାବ ବିନୋଦିଆ କଳା ସାଆନ୍ତ

    ଶ୍ରୀକ୍ଷେତ୍ରେ ଆସ ଦେଖିବ ଆସ

    ବୈଶାଖ ମାସରେ ଚନ୍ଦନ ଯାତ

    ନରେନ୍ଦ୍ର ତୀରେ ଚାପ ଖେଳୁଛନ୍ତି

     ଆମ କଳା ସାଆନ୍ତ 

  ନୀଳାଦ୍ରି ନାଥ ସେ ଜଗତ ନାଥ

   ଏମିତି ଠାକୁର କାହିଁ ନାହିଁ ତ

    ଚାପ ଖେଳି କରୁଅଛି

     କିପରି ଚନ୍ଦନ ଯାତ

   ଆସ ଦେଖିବ ମିତ ଆସ ସଙ୍ଗାତ

    ଆମ ଜଗାକାଳିଆ ର ଚନ୍ଦନ ଯାତ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract