Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract

4  

Satyanarayan Sahoo

Abstract

ସମୁଦ୍ର ତଳ ସହର

ସମୁଦ୍ର ତଳ ସହର

1 min
277



ଆହାକି ମନୋଜ୍ଞ ବାତାବରଣ ରେ

ସହର ସମୁଦ୍ର ତଳେ

ନାନା କଳ ରୋଳ ନିତି କୋଳାହଳ

ମୁଖରିତ କୁତୁହଲେ  ।

ବସିଥିଲୁ  ଯେବେ କାହିଁ କେଉଁ ଠାବେ

ଟିଭି ରେ ତା ପ୍ରସାରଣ

ବିଲୋକନ କରି ଅମୋଦେ ଶିହରୀ

ଉଠିଲା ସବୁରି ପ୍ରାଣ ।

କାହିଁ କେତେ ମତେ ବିପୁଳ ଭଣ୍ଡାର

 ପରିପୂର୍ଣ୍ଣ ସେ ସହର

ନାନା ଜାତି ବର୍ଣ୍ଣ ବୃକ୍ଷ ଲତା ଗୁଲ୍ମ

ପରି କୀର୍ଣ୍ଣ ସୁବିସ୍ତ।ର ।

ତହିଁର ସ୍ଥାପତ୍ୟ, ନଗର ନିର୍ମାଣ

ଗୃହ ଗ୍ରାମ ପରିବେଶ

ଶାନ୍ତ ସ୍ନିଗ୍ଧ ଜଳେ , ପବନେ ଉନ୍ମୁକ୍ତ , 

କଳା ବିଜ୍ଞାନ ବିକାଶ ।

ବିଲୋକନେ ମନେ ଉଠେ ଭାବାନ୍ତର

ଆବେଗେ ପ୍ରାଣ କାତର

ଆହା କି ସୁଦିବ୍ୟ ନିସର୍ଗ ବୈଭବ

ଅଲୌକିକ ଦ୍ରବ୍ୟ ଭାର ।


Rate this content
Log in

Similar oriya poem from Abstract