ନିଜକଥା
ନିଜକଥା
ଲେଖେ ଯେବେ ନିଜ କଥା ନିଜେ
ପଢେ ଯେବେ ନିଜ ଚିଠି ନିଜେ
ଗପେ ଯେବେ ନିଜ ସାଙ୍ଗରେ ନିଜେ
ସବୁ ଲାଗେ ବାଲୁକା ମୟ ଭଗ୍ନ ସ୍ତୁପଟିଏ,
ମରୁଭୂମିର ମରୁବାଲି
ମରୀଚିକା ପ୍ରହେଳିକା, କୁହେଳିକା
ଯାହାବି କହିଲେ ଠିକ ହେବ
କାଚ ଆଇନା ଭଳି ଏଠି
ହୃଦୟ ଯଦି ଭାଙ୍ଗେ କେବେ
ମୁଁ ବି ତ ଭଙ୍ଗା ଆଇନା ପାଲଟି ସାରିଛି,
ଅଦୃଷ୍ଟ ଯାତନାର ଅଜଣା ଇଲାକାରେ
ଭଗ୍ନ ବାରବାଟୀ ଜୀବନଟା
ଖୋଜେ ଏମିତି ଏକ ମଣିଷ ଯିଏ
ମନ କଥା ବୁଝି ପାରୁଥିବ କିନ୍ତୁ
ଏଠି ଅବ୍ୟକ୍ତ ଭାଷା ବି ବ୍ୟକ୍ତ କରି ହୁଏନି,
ଚିଠି ବି ତ ଅପଢା ରହେ,
ସବୁ କିଛି ଲାଗେ ଭଗ୍ନ ବାରବାଟୀ ll