STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

କ୍ୟାଲେଣ୍ଡର (୪)

କ୍ୟାଲେଣ୍ଡର (୪)

1 min
301


  କ୍ୟାଲେଣ୍ଡର କ୍ୟାଲେଣ୍ଡର

  ଆମ ଜୀବନ ଟା 

  ଏକ କ୍ୟାଲେଣ୍ଡର

  ସକଳ କର୍ମ ସକଳ ଧର୍ମ

  ଜୀବନଚର୍ଯ୍ୟା ସଭିଙ୍କ ଆମ

  ଗୋଟିଏ ଗୋଟିଏ କ୍ୟାଲେଣ୍ଡର ।


   ସକାଳ ଠାରୁ ସଞ୍ଜ ଯାଏଁ

   ଯେତେ ତୁଲାଉଛେ 

   ଆମ କାର୍ଯ୍ୟଭାର

   ତାହା ଗୋଟିଏ ଗୋଟିଏ 

   ଅଂଶବିଶେଷ ଆମ ଜୀବନ

   କ୍ୟାଲେଣ୍ଡର ର

   ସକଳ କର୍ମ ଧର୍ମ

   ସବୁ ହିଁ

   ଗୋଟିଏ ଗୋଟିଏ କ୍ୟାଲେଣ୍ଡର ।


   ନୀତି ନୈତିକତା ଓ କାର୍ଯ୍ୟଭାର

   ସବୁକୁ ନେଇ ଗଢା ତା ଶରୀର

   ସେ ହିଁ ଏକା ସଂସାରେ ସାର

   ସେ ସମୟ ସେ ଗଢିଛି

   ଇହ କାଳ ପରକାଳ

   ସେ ଗଣନା କରଇ ଜ୍ୟୋତିଷ ଶାସ୍ତ୍ର ର

   ତା ପାଖେ ଲୀନ ବିଶ୍ଵର ସବୁ ଈଶ୍ଵର

   ସେ ହିଁ ନିୟନ୍ତ୍ରକ ଅଟେ

   ବିଶ୍ଵ ଶାସନ ପ୍ରଶାସନ ବ୍ୟବସ୍ଥାର

   କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର।


   ଗ୍ରହ, ଉପଗ୍ରହ, ସୂର୍ଯ୍ୟ, ଚନ୍ଦ୍ର

   ତାରା ଓ ନକ୍ଷତ୍ର

   କଷିଥାଏ ପରା ସଭିଙ୍କ ଗଣିତ

   ତା'ର ହିସାବ ଅତ୍ୟନ୍ତ ଶାଣିତ

   ସେ ବିଶ୍ଵ ନିୟନ୍ତା

   ହିସାବ ରକ୍ଷକ ଅଟେ

   ସବୁ ସମ୍ଭବ ଓ ସମ୍ଭାବନା ର

   କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


   ବନ୍ୟା, ବାତ୍ୟା,

   ପ୍ରାକୃତିକ ଦୁର୍ବିପାକ ର

   କଳନା କରୁଥାଏ ନିରନ୍ତର

   ନିର୍ଭୁଲ ଗଣନା ଯୋଗୁଁ

   ସର୍ବଶକ୍ତି ମାନ ଅଟେ ଏ ବିଶ୍ଵର

   ସମନ୍ଵୟ ଅଟେ ବିଜ୍ଞାନ ଓ ଈଶ୍ଵରଙ୍କ ର

   ଭାଗ୍ୟ ଭାଗଫଳ ପୁଣି ରାଶିଫଳ

   ହିସାବ ରକ୍ଷକ ଅଟେ ସେ ସବୁର

   ସେ କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।



Rate this content
Log in

Similar oriya poem from Abstract