STORYMIRROR

Jyotsna Acharya

Abstract Inspirational Others

4  

Jyotsna Acharya

Abstract Inspirational Others

ନୂଆ ବରଷ

ନୂଆ ବରଷ

1 min
377

ସୃଷ୍ଟିଟି ତୁମର 

ଅମୃତମୟ ହେ

ସବୁ ତ ତୁମରି ଦାନ। 


ନୟନ ଯେ ଦେଖେ 

ବନ ଲତା ଗିରୀ

ସର୍ଜନା ଟି ମନୋରମ। 


ପ୍ରତ୍ୟେକ ହୃଦୟେ 

ଦେଇ ଅଛ 

ସେହ୍ନ ଶ୍ରଦ୍ଧା ଅଭିମାନ। 


ସୃଷ୍ଟିର ଚାଳନା

ତୁମ ଖେଳ ସାରା

ସବୁ ତ ତୁମ ଅବଦାନ। 


ତୁମେ ତ ଦେଇଛ

କୋଇଲିର କଣ୍ଠେ

ସୁମଧୁର କଣ୍ଠ ସ୍ୱର। 


ଫୁଲ ଫଳଟିରେ

ଭରି ଅଛ କେତେ

ମଧୁର ସ୍ୱାଦ ବର୍ଣ୍ଣ। 


ଶରଧା ବାଲିରୁ

ଶରଧା ଦେଲ

କ୍ଷମା ଗୁଣେ ଆତ୍ମସନ୍ତୋଷ।


ଜୀବନ ଡଙ୍ଗାରେ

ତୁମେ ବିରାଜ

କୁସୁମିତ ହେଉ ସର୍ବ ପରାଣ। 


ଖୁସି ଆନନ୍ଦରେ 

ସର୍ବେ କଟାଇବା

ଆସୁଛି ନୂଆ ବରଷ। 


Rate this content
Log in

Similar oriya poem from Abstract