STORYMIRROR

Anasuya Rout

Abstract

4  

Anasuya Rout

Abstract

ତୁମ ଗାଁ ନଈ

ତୁମ ଗାଁ ନଈ

1 min
354


ଶରତର ରୂପା ଜହ୍ନ ଯେବେ ଭାଙ୍ଗୁଥିଲା ଅଳସ

ତୁମ ଗାଁ ନଈ ପଠା ବାଲୁକା ଭୂଇଁରେ

ନଈ ସାଥେ ଏକୁଟିଆ ନଉକାର ତୀରେ

ହସୁଥିଲା ଖିଲି ଖିଲି ନଦୀର ତରଙ୍ଗ।

ଜହ୍ନ ଆସି ଛୁଇଁ ଗଲା ଛୋଟ ଛୋଟ ଢେଉ

ରାତ୍ରିର ସେ ମଧୁବୋଳା ଶୀତଳ ଜୋସ୍ନାରେ

ନଦୀ ହସି ଗାଉଥିଲା ମନ୍ଦ ମନ୍ଦ ସ୍ବରେ

ତୁମ ସାଥେ ମୁଁ ଅଛି ଡର କାହିଁ ଆଉ।

ରୂପା ଜହ୍ନ ହସି ହସି ନୌକାରେ ବସି

ନଦୀତୀରେ ଯାଉଥିଲା ପବନରେ ଭାସି

ପାରିହେଲା କେତେ ବିଲ କେତେ ମରାଖାଇ

ଖଚର ,ଗୋଚର କେତେ ଉଚ୍ଚ ଖାଲ ଭୂଇଁ।

ତୁମ ଗାଁ ନଈ ଦେଇ ଗଲାବେଳେ ଜହ୍ନ

ମିଳିଥିଲା କେତେ ଡେଙ୍ଗା ଡେଙ୍ଗା ତାଳଗଛ

କେତେ ଛୋଟ ବାଲିକୁଦ ମଝିନଈ ମଧ୍ଯେ

ହଠାତ୍ ଅଟକି ଥିଲା ବୁଦାମୂଳେ ଖଦ୍ଯୋତର ସାଥେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract