STORYMIRROR

Anasuya Rout

Inspirational

4  

Anasuya Rout

Inspirational

ଅନ୍ନଦାତା

ଅନ୍ନଦାତା

1 min
303


ଦିନଥିଲା ଚାଷୀଘର ପୁଅ

ବାପ ପରେ ପୁଅ ପରେ ନାତୀ

ହାତେ ହଳୁଆ ପାଞ୍ଚଳ ଥିଲା।

ଘରେ ଟଙ୍କାର ଅଭାବ ହେଇପାରେ ସିନା

ଭାତର ଅଭାବ ନଥିଲା।

ବିଲହିଡେ ହଳୁଆର ସ୍ତ୍ରୀ ବସି ଭାତ ପୁଡା ଖୋଲୁଥିଲା।

ବାପ ,ପୁଅ ସାଥି ହୋଇ ବିଲ ମୂଳେ ଖାଉଥିଲେ

ଧାନ ରୁଆ ,ବେହୁଡା ବେଳେ ସୁନା ଫସଲର ସ୍ବପ୍ନ ଦେଖୁଥିଲେ,

ସୁନା ଫଳିଗଲା ପରେ ଚଷା ପୁଅ ଧାନ କାଟି ଖଳାକୁ ବୋହି ଆଣୁଥିଲା।

ଚାଷ କାମ ଶେଷ ହେଲେ କ୍ଷତବଢେଇ

ଆରସନ ପାଇଁ ପୂଜାକରି

ସୁନା ଫଳିବାବା ପାଇଁ ମାନସିକ କରୁଥିଲା ।

ଝାଳୁଆ ,ମଇଳା ଦେହେ ଦେଶ ପାଇଁ ଦାନା

ଫଳଉ ଥିଲା ।

ହେଂସରେ ପଡିଲେ ସିନା ଦେଶରେ ପଡିବ

ଚାଷୀ ଘର ବୋହୂ ଦେଶର ଲକ୍ଷ୍ମୀ ମାତା

ଗୋଟିଏ ଗୋଟିଏ ଧାନ ଯୋଡିଲେ ଟୋକେଏ ହୁଏ,

ଗୋଟିଏ ଗୋଟିଏ ଚାଉଳ ଯୋଡି ହାଣ୍ଡିଏ ଭାତ ହୁଏ,

କାନେ କାନେ ଆଗାମୀ ବଂଶକୁ ଶିକ୍ଷା ଦେଉଥିଲା।

ଆଜିର ଏ ପିଲାମାନେ ହଳକାମ କଷ୍ଟ ଭାବି

କେବେ ହଳ ଧରିଲେନି,

ମହି,ଯୁଆଳି କ'ଣ କିଛି କଥା ଶିଖିଲେନି।ଧାନ ଉଁସା,

ଧାନ କଟା,ବାଡିଆ ,ଉଞ୍ଛା କ'ଣ ସେବୁକୁ

ଜାଣିଲେନି।

ଚୂଡା,ଚାଉଳ ,ମୁଢୀ ,ଖଇ

କେମିତି ହୁଏ ଜାଣିଲେନି।

ଟିକିଏ କଷ୍ଟ ପଡିଲେ ବିଦେଶକୁ

ଚାଲିଗଲେ।

ଗାଁରେ ପଡିଆ ବିଲ ଗାଈଚରା ମାଡିଲାଣି

ଚଷା ପୁଅ ଅଧାପାଠୁଆ ଦାଦନ ଖଟି ଥକିଲାଣି

ବାପ ,ଅଜା ,ପୂର୍ବ ପୁରୁଷର ବୃତ୍ତି ନ୍ଯୁନ ନୁହେଁ

ମୁଁ ଚାଷୀ କିଶାନ କହିବାକୁ ଲାଜ ଲାଗେ

ହେଲେ ଥରୁଟିଏ ଭାବି ଦେଖ ମାଟିରେ ସୁନା ଫଳେଇବାର

ତୁମ ପୂର୍ବ ପୁରୁଷଙ୍କର ରକ୍ତ ତୁମ ଦେହେ

ତୁମେ କାହିଁ ଦାଦନ ଖଟି ପରର ଗୁଲାମ ହେବ ହେ

ତୁମେ ପରା ଅନ୍ନଦାତା ସାରା ବିଶ୍ବର ହେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational