ଫଟୋରେ କଥା
ଫଟୋରେ କଥା
ଶିଳ୍ପଟିଏ ନୁହେଁ ରଙ୍ଗ ତୂଳୀଧରି
ଆଙ୍କି ମୁଁ ପାରିବି ତୁମ ଅଧର ମଧୁର,
ରକ୍ତ ଗୋଲାପର କୋମଳ ଶରୀରରେ
ନାକନୋଥ ଝୁଲା ମୁକ୍ତା ଅଳଙ୍କାର।
ସୁନ୍ଦର ଲାଳିତ୍ୟ ତୁମ ହସର ରହସ୍ଯ
ଯୋଗୀ ହୋଇ ଥିଲେ ବୁଝନ୍ତି ଅବଶ୍ଯ
ବ୍ରହ୍ମା ,ଶଙ୍କର ଯେ ଚିରଯୋଗୀ ହୋଇ
ବୁଝିପାରିଲେନି ,ମୁଁ ଯେ ଛାର ମନୁଷ୍ଯ।
କେତେବେଳେ ଲାଗେ ଖୁସିରେ ତୁ ହସୁ
କେତେବେଳେ ଭାବ ,ଅଭାବେ ତୁ ହସୁ
ତୋ ହସର କୁହୁକେ ମୋ ମୁଁହରେ ହସ
ତୋ କଥା କୁହାଆଖି ବେଳେ ଫୁଟାଏ ତ ହସ।
ତୋ ନାକ ଗୁଣା ଯେବେ ପବନେ ଝୁଲଇ
ମୋତେ ଲାଗେ ତୁ କଥା କହୁ ଓଷ୍ଠ ମେଲେଇ
ସରମେ ଝାଉଁଳି ତୋ ପ୍ରେମରେ ତିନ୍ତଇ
ଲୋତକରେ ଭରେ ଚକ୍ଷୁ ତୋ ନାମ ଧରି।
ଆଜିପାଇଁ ମୋତେ ଯେତିକି ଦେଇଛୁ
ସେତିକିରେ ପେଟ ପୁରେ କାଲିକି ନିଛଞ୍ଚି
ମନରେ ମୋ ଏତିକି ଆଶାଟି ବାନ୍ଧିଛି
ଏଡେ ଭାଗ୍ଯ ମୋର କାହିଁ ଯେତିକି ଦେଇଛୁ
ସେତିକି ରେ ମନ ପୁରେ ତୁଳସୀ ମାଳାଟି ଛନ୍ଦିଚି।
ଦୟଣା ତୁଳସୀ ତୋତେ ଦିଅନ୍ତି ପିନ୍ଧେଇ
ତୋ ଦେହରେ ଲାଗିଲେ ତା' ବାସ ଚହଟଇ
ମୋ ମନର ଆଶା ତୋ ଦେହର ପବିତ୍ର କିରଣେ
ଆତ୍ମା ପରମାତ୍ମା ଲୋଭ ମିଳନ୍ତା କି କ୍ଷଣେ।