STORYMIRROR

Anasuya Rout

Inspirational

3  

Anasuya Rout

Inspirational

ପ୍ରାତ ଭ୍ରମଣ

ପ୍ରାତ ଭ୍ରମଣ

1 min
227

ପ୍ରାତ ଭ୍ରମଣର ସୁଖ ଅନୁଭୂତି

ଯେମିତି ରାତିରେ ସୁପ୍ତ ସ୍ବପ୍ନ

ପୂରଣ ଅପୂରଣେ କରଇ ବିଳାପ

ଜୀବନର ଧାଁ ଦଉଡରେ ନିଜକୁ ଲଗାଇ ବାଜି

ପ୍ରତିଦିନ ମଣିଷ ଦଉଡୁଥାଏ ,

ପାଏ ନାହିଁ ଶାନ୍ତି କି ବିରତି।

ସକାଳର ଶୁଭ୍ର କିରଣ ଯେବେ ହୁଏ ବିଛୁରିତ

ପୂର୍ବରାତିର ପାପ ,ହିଂସା ଧୋଇ ହୁଏ ନୂତନତ୍ବ

ନୂଆ ଏକ ଆରମ୍ଭର ହୁଏ ଉତପତି

ସେତବେଳେ ମନ ଭୂଲେ ଅତୀତର ସ୍ମୃତି

ମନ ଚାହେଁ ଗଢିବାକୁ ବର୍ତ୍ତମାନର ସୌଧ।

ସକାଳେ ଶିଶିର ମିଶା ମୃଦୁ ପବନର ବାହ

ଭିଜାଏ ତନ ମନ ସ୍ଥିର ମସ୍ତିସ୍କ ସୁଚିନ୍ତିତ ମନ

ସେବେଳେ ସ୍ବପ୍ନ ସବୁ ଡେଣା ମେଲେଇ କୁହେ

ଉଡିବାକୁ ଜଦି ଇଛା ଆଖି ସାମ୍ନାରେ ବହୁ ରାସ୍ତା

ସୁଖରେ ବାଛିବୁ ଯାହା ସୁଖଗମନେ ତୋ ରାହା।

ଗହଳ ଚହଳ ନାହିଁ ଶାନ୍ତ ପରିବେଶ

ପକ୍ଷୀମାନେ ଉଡୁଥାନ୍ତି ପ୍ରକୃତିର ଗୀତ ଗାଇ

ସେଠି ସଂଗୀତର ସାତସୁର ଲାଗଇ ଯେମିତି ଫିକା

ଇଛାହୁଏ କିଚିରି ମିଚିରି ଶବ୍ଦେ ନିଜେ କୂଳ....କୁଳୁ ଗାଇ

ପାଇପାରନ୍ତିକି ଟିକେ ସେ ସ୍ବରକୁ କଣ୍ଠେ ଧରି ନିମିଷକେ ପାଇଁ।

ପ୍ରାତଭ୍ରମଣର ଶିକ୍ଷା ରକ୍ତିମ ସୂର୍ଯ୍ଯଙ୍କ ଜ୍ଞାନ ଦର୍ପଣ

ଏତେଶକ୍ତି ଧରିଯିଏ ଭେଦ ଭାବ କରେ ନାହିଁ

ସୌନ୍ଦର୍ଯ୍ଯରେ ମଣ୍ତିତ ସେ ରକ୍ତବର୍ଣ୍ଣ ରବିକିରଣ

ତାଙ୍କ କିରଣକୁ ବାଣ୍ଟି କରୁଥାନ୍ତି ଜୀବଦାନ ଜୀବେଦାନ

ପୋକ,କି ପତଙ୍ଗ ନାହିଁ ମଣିଷ କି ପଶୁ ନାହିଁ

ଫୁଲ କି ଫଳ ନାହିଁ ଗଛ କି ପତ୍ର ନାହିଁ।

ଝରଣା ଠୁ ନଦୀଯାଏ ,ପୁଷ୍କରିଣୀଠୁ ନାଳ ନର୍ଦ୍ଦମା

ସବୁଠି ପହଞ୍ଚୁଥାନ୍ତି ବାଣ୍ଟୁଥାନ୍ତି ତାଙ୍କ ଶକ୍ତି

ବାଲିଠୁ ଦୋରସା ମାଟି ପଙ୍କ କି ଚିକିଟା ମୃତ୍ତିକା

ସବୁଆଡେ ତାଙ୍କ ରଶ୍ମୀ ଦାନ ପାଇଁ ପୃଥିବୀ କରଇ ଅପେକ୍ଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational